Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପ୍ରଥମ ଟ୍ବେଣ୍ଟି୨୦ : ଆୟରଲାଣ୍ଡଠାରୁ ହାରିଲା ଭାରତ

    Share on :
    ajab-Image
    Date: Jun 27, 2026    Views: 3033

    ବେଲଫାଷ୍ଟ : ଭାରତୀୟ ଟ୍ବେଣ୍ଟି୨୦ କ୍ରିକେଟରେ ଶ୍ରେୟସ ଆୟରଙ୍କ ଯୁଗ ପରାଜୟରୁ ଆରମ୍ଭ ହୋଇଛି। ବେଲଫାଷ୍ଟର ଷ୍ଟରମଣ୍ଟ ଗ୍ରାଉଣ୍ଡରେ ଶୁକ୍ରବାର ଖେଳାଯାଇଥିବା ପ୍ରଥମ ଟ୍ବେଣ୍ଟି୨୦ରେ ଆୟରଲାଣ୍ଡ ନିକଟରୁ ଭାରତ ୩୪ରନରେ ପରାଜିତ ହୋଇଛି। ଏଥିସହିତ ଘରୋଇ ଆୟରଲାଣ୍ଡ ଦୁଇ ମ୍ୟାଚବିଶିଷ୍ଟ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ଦ୍ବିତୀୟ ମ୍ୟାଚ ୨୮ରେ ଖେଳାଯିବ।
    ଆୟରଲାଣ୍ଡ ଅଧିନାୟକ ଲୋର୍କାନ ଟର୍କରଙ୍କ ୫୦ରନ ବଳରେ ୧୮୨ ରନ କରିଥିଲା। ଜବାବରେ ଭାରତ ଅଭିଷେକ ଶର୍ମାଙ୍କ ୫୦ରନ ସତ୍ତ୍ବେ ୧୪୮ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା।
    ୧୮୩ରନର ବିଜୟ ଲକ୍ଷ୍ୟକୁ ପିଛା କରି ଭାରତ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଭୋଗିବା ସହ ୧୬ରନରେ ପ୍ରଥମ ୱିକେଟ ହରାଇଥିଲା। ସଞ୍ଜୁ ସାମସନ ୫ରନ କରି ଆଉଟ୍‌ ​‌େ​‌ହୋଇଥିଲେ। ଦ୍ବିତୀୟ ୱିକେଟରେ ଅଭିଷେକ ଶର୍ମା ଓ ଈଶାନ କିଷନ ୨୯ରନ ସଂଗ୍ରହ କରିଥିଲେ। ୪୫ରନ ସ୍କୋର ଥିବାବେଳେ ଈଶାନ ୧ରନରେ ଆଉଟ୍‌ ହୋଇଥିଲେ। ତୃତୀୟ ୱିକେଟର ପତନ ୬୦ରନରେ ଘଟିଥିଲା। ଅଧିନାୟକ ଶ୍ରେୟସ ଆୟର ୩ରନ କରି ଆଉଟ୍‌ ହୋଇଥିଲେ। ଭାରତ ୮୦ରନରେ ଚତୁର୍ଥ ୱିକେଟ ହରାଇଥିଲା। ଅଭିଷେକ ୨୦ଟି ବଲରୁ ୭ଟି ଚୌକା ଓ ୨ଟି ଛକା ସହ ୫୦ରନ କରି ଆଉଟ୍‌ ହୋଇଥିଲେ। ଭାରତ ୧୦୦ରନ ମଧ୍ୟରେ ୬ଟି ୱିକେଟ ହରାଇଥିଲା। ତିଳକ ବର୍ମା ୧୯ ଓ ୱାଶିଂଟନ ସୁନ୍ଦର ୯ରନ କରି ଆଉଟ୍‌ ହୋଇଥିଲେ। ସପ୍ତମ ୱିକେଟରେ ଶିଭମ ଦୁବେ ଓ ଅକ୍ଷର ପଟେଲ ୩୫ରନ ସଂଗ୍ରହ କରିବା ସହ ସ୍କୋରକୁ ୧୩୫ରନରେ ପହଞ୍ଚାଇଥିଲେ। ଦୁବେ ୨୫ରନରେ ଆଉଟ୍‌ ହୋଇଥିଲେ। ଶେଷରେ ଭାରତ ୧୮.୫ ଓଭରରେ ୧୪୮ରନରେ ଅଲ୍‌ଆଉଟ୍‌ ହୋଇଯାଇଥିଲା। ଅକ୍ଷର ପଟେଲ ୧୫, ହର୍ଷିତ ରାଣା ୮ରନ କରିଥିଲେ। ଆୟରଲାଣ୍ଡ ପକ୍ଷରୁ ମାଟ୍‌ ହୋଲାର୍ଡ ଓ ମାଥ୍ୟୁ ହାମ୍ପେୟର୍ସ ୩ଟି ଲେଖାଏଁ, ଜୟ ମୁନ୍ଦ୍ରା ୨ଟି ୱିକେଟ ନେଇଥିଲେ।
    ନୂତନ ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଆୟରଲାଣ୍ଡ ପ୍ରାରମ୍ଭରୁ ବ୍ୟାଟିଂ ଦୁର୍ଦଶା ଭୋଗିଥିଲା। ଦୁଇ ଭାରତୀୟ ଦ୍ରୁତ ବୋଲର ଅର୍ଶଦୀପ୍‌ ସିଂହ ଓ ହର୍ଷିତ ରାଣା ଆୟରଲାଣ୍ଡର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଦଳ ୩୦ରନରେ ୩ଟି ୱିକେଟ ହରାଇଥିଲା। ଟିମ୍‌ ଟର୍କର ୧୭, ରସ୍‌ ୟାଡାୟର ୧୨ ରନ କରିଥିବାବେଳ ହ୍ୟାରୀ ଟର୍କର ଖାତା ଖୋଲି ପାରିନଥିଲେ। ଚତୁର୍ଥ ୱିକେଟରେ ଅଧିନାୟକ ଲର୍କାନ ଟର୍କର ଓ ବେଞ୍ଜାମିନ କାଲଟିଜ୍‌ ୨୧ରନ ସଂଗ୍ରହ କରିଥିଲେ। ୫୧ରନ ସ୍କୋର ଥିବାବେଳେ ବେଞ୍ଜାମିନ୍‌ ୧୫ରନ କରି ଆଉଟ୍‌ ହୋଇଥିଲେ। ପଞ୍ଚମ ୱିକେଟରେ ଲୋରେନ ଟର୍କର ଓ ଗ୍ରେଥ୍‌ ଡିଲାନେ ୬୪ରନ ଭାଗିଦାରୀ କରିଥିଲେ। ସ୍କୋର ୧୧୫ରନ ଥିବାବେଳେ ଲୋରେନ ଟର୍କର ୫୦ରନ କରି ଆଉଟ୍‌ ହୋଇଥିଲେ। ଷଷ୍ଠ ୱିକେଟରେ ଡିଲାନେ ଓ ଜର୍ଜ ଡକରିଲ୍‌ ୪୯ରନ ସଂଗ୍ରହ କରିବା ସହିତ ସ୍କୋରକୁ ୧୬୪ରନରେ ପହଞ୍ଚାଇଥିଲେ। ଡକ୍‌ରିଲ ୧୯ରନରେ ଆଉଟ୍‌ ହୋଇଥିଲେ। ଦଳ ଗ୍ରେଥ୍‌ ଡିଲାନେଙ୍କ ୪୯ରନ ବଳରେ ଦଳ ୯ ୱିକେଟରେ ୧୮୨ରନ କରିବାକୁ ସକ୍ଷମ ହୋଇଥିଲା।
    ଭାରତ ପକ୍ଷରୁ ହର୍ଷିତ ରାଣା ୩ଟି, ଅର୍ଶଦୀପ୍‌ ସିଂହ, ଅକ୍ଷର ପଟେଲ ଦୁଇଟି ଲେଖାଏଁ ଓ ଶିଭମ ଦୁବେ ଗୋଟିଏ ୱିକେଟ ନେଇଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook