Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କେନ୍ଦ୍ରୀୟ ଡେପୁଟେସନରେ ଯିବେ ଦେବଦତ୍ତ ସିଂହ

    Share on :
    ajab-Image
    Date: Mar 12, 2026    Views: 3521

    ଭୁବନେଶ୍ବର: ଭୁବନେଶ୍ୱର-କଟକ ଟୁଇନ୍ ସିଟି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂହ କେନ୍ଦ୍ରୀୟ ଡେପୁଟେସନରେ ଯିବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଓଡ଼ିଶା କ୍ୟାଡରର ଏହି ବରିଷ୍ଠ ଆଇପିଏସ ଅଫିସରଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବାକୁ ଯାଉଛି।
    କେନ୍ଦ୍ରୀୟ କ୍ୟାବିନେଟର ନିଯୁକ୍ତି କମିଟି (ACC) ଦେଶର ବିଭିନ୍ନ କ୍ୟାଡରର ୩୦ ଜଣ ଆଇପିଏସ ଅଫିସରଙ୍କୁ କେନ୍ଦ୍ରରେ ଅତିରିକ୍ତ ମହାନିର୍ଦ୍ଦେଶକ (ADG) କିମ୍ବା ସମାନ ପାହ୍ୟାରେ ନିଯୁକ୍ତି ପାଇଁ ଅନୁମୋଦନ କରିଛନ୍ତି। ଏହି ତାଲିକାରେ ଓଡ଼ିଶା କ୍ୟାଡରରୁ ଦେବଦତ୍ତ ସିଂହ ହେଉଛନ୍ତି ଏକମାତ୍ର ଆଇପିଏସ ଅଫିସର, ଯିଏକି କେନ୍ଦ୍ରରେ ଏହି ବଡ଼ ପଦବୀ ତୁଲାଇବେ।

    ୧୯୯୮ ବ୍ୟାଚର ଆଇପିଏସ ଅଫିସର ସିଂହ ୨୦୨୪ ସେପ୍ଟେମ୍ବର ୨୯ ତାରିଖରେ ସଞ୍ଜୀବ ପଣ୍ଡାଙ୍କ ସ୍ଥାନରେ ଟୁଇନ୍ ସିଟି ପୋଲିସ କମିଶନର ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ।ଦେବଦତ୍ତ ସିଂହଙ୍କ ଏହି ନୂତନ ନିଯୁକ୍ତି ତାଙ୍କ ଦକ୍ଷତା ଏବଂ ବୃତ୍ତିଗତ କ୍ୟାରିୟରରେ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook