Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ; ଆଜି ଟାଇଟନ୍ସ-ସୁପର କିଙ୍ଗସ୍ ମଧ୍ୟରେ ଟାଇଟଲ ଟକ୍କର

    Share on :
    ajab-Image
    Date: May 28, 2023    Views: 4402

    ଅହମ୍ମଦାବାଦ:  ସଂଧ୍ୟାରେ ଆଇପିଏଲ ଟାଇଟଲ ଲଢେଇ । ଦୁଇ ଶ୍ରେଷ୍ଠ ଦଳ ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ  ସୁପରକିଙ୍ଗ୍‌ସ ମଧ୍ୟରେ  ଟକ୍କର ହେବ ।  ଟାଇଟଲ ବଜାୟ ରଖିବା ପାଇଁ  ଟାଇଟନ୍ସ ପ୍ରସ୍ତୁତ । ସେପଟେ ସୁପରକିଙ୍ଗ୍‌ସ ମଧ୍ୟ ପଞ୍ଚମ ଥର ପାଇଁ ଟ୍ରଫି ହାତେଇବାକୁ ରଣନୀତି ପ୍ରସ୍ତୁତ କରିଛି ।ଆଇପିଏଲ୍‌ର ୧୬ତମ ସଂସ୍କରଣ ଯେଉଁଠୁ ଆରମ୍ଭ ହୋଇଥିଲା,  ଆଜି ଠିକ୍‌ ସେହି ସ୍ଥାନରେ ପହଞ୍ଚିଛି । ଅହମ୍ମଦାବାଦରେ ଟାଇଟନ୍ସ ଓ ସୁପରକିଙ୍ଗ୍‌ସ  ମଧ୍ୟରେ ଉଦ୍‌ଘାଟନୀ ମୁକାବିଲାରୁ ଆଇପିଏଲ୍‌  ଆରମ୍ଭ ହୋଇଥିଲା । ୭୩ଟି ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ପରେ ପୁନର୍ବାର ଉଭୟ ଦଳ ସେହି ଷ୍ଟାଡିୟମ୍‌ରେ ଫାଇନାଲ ମୁକାବିଲା ଖେଳିବେ । ଚଳିତ ସିଜନରେ ଉଭୟ ଦଳ ତୃତୀୟ  ଥର ପାଇଁ ପରସ୍ପରକୁ ଭେଟିବେ । ପ୍ରଥମ ମ୍ୟାଚ୍‌ରେ ଟାଇଟନ୍ସ ଆଧିପତ୍ୟ ଜାହିର କରି ବିଜୟୀ ହୋଇଥିଲା । ଏହାପରେ ଉଭୟ ଦଳ ପଏଣ୍ଟ ତାଲିକାର ପ୍ରଥମ ୨ଟି ସ୍ଥାନରେ ରହି ଲିଗ୍‌ ପର୍ୟ୍ୟାୟ ଶେଷ କରିଥିଲେ ।  ପ୍ରଥମ କ୍ୱାଲିଫାୟରରେ ଟାଇଟନ୍ସକୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିବା ମାହୀ ବାହିନୀ । ସେହିପରି ଦ୍ବିତୀୟ କ୍ବାଲିଫାୟର ମ୍ୟାଚରେ ମୁମ୍ବାଇକୁ ଗୁଜରାଟ ହରାଇ ଟାଇଟଲ ଜିତିବାକୁ ପ୍ରସ୍ତୁତ ହୋଇ ରହିଛି ।
    ଅହମ୍ମଦାବାଦରେ ଉଭୟ ଦଳ ଇତି ମଧ୍ୟରେ ୩ଥର ମୁହାଁମୁହିଁ ହୋଇଛନ୍ତି । ଟାଇଟନ୍ସ ସମସ୍ତ ମ୍ୟାଚ୍‌ ଜିତିଛି । ସେହିପରି  ଟାଇଟନ୍ସ ମୋଟ୍  ୯ଟି ମ୍ୟାଚ ଖେଳି ୬ଟିରେ ବିଜୟ  ହାସଲ କରିଛି । ଅନ୍ୟପଟେ ମହୀ-ଆଣ୍ଡ-କୋ ଟାଇଟନ୍ସକୁ ହରାଇବା ପାଇଁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି। ଜବରଦସ୍ତ ଫର୍ମରେ ଥିବା ଶୁବମନ ଗିଲଙ୍କୁ ଅଟକାଇବାକୁ ପ୍ରୟାସ କରିବ ସିଏସକେ । ଚଳିତ ସିଜନରେ ଗିଲ୍ ୩ଟି ଶତକ ମାରି ବିରୋଧୀ ବୋଲରଙ୍କୁ ଧୂଳି ଚଟାଇ ଦେଇଛନ୍ତି । ୧୬ଟି ମ୍ୟାଚରୁ ୮୫୧ ରନ୍ ସଂଗ୍ରହ କରି ଅରେଞ୍ଜ କ୍ୟାପ ହୋଲ୍ଡର ହୋଇଛନ୍ତି ।
    ଆଜି ମହମ୍ମଦ ସାମି ଓ ସୁପରକିଙ୍ଗ୍‌ସ ଓପନରଙ୍କ ମଧ୍ୟରେ ଜୋରଦାର ଲଢ଼େଇ ହେବ । ସାମି ଇତି  ମଧ୍ୟରେ ଡେଭନ କନୱେଙ୍କୁ ୩ଥର ଆଉଟ୍‌  କରିସାରିଛନ୍ତି । ମହମ୍ମଦ ସାମି ୧୬ଟି ମ୍ୟାଚରୁ ୨୮ଟି ଓ୍ବିକେଟ୍ ଅକ୍ତିଆର କରିଛନ୍ତି । ସେପଟେ ସିଏସକେ ବୋଲର ପଥିରାନାଙ୍କ ସହିତ ଟାଇଟନ୍ସ ଓପନରଙ୍କ ମଧ୍ୟରେ ଲଢେଇ ହେବ । ତେବେ ଆଜିର ମ୍ୟାଚ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ ।

    Maximum 500 characters

    ଖେଳ ଖବର View all

    Find Us on Facebook