Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ୍‌ : ଆଜି କ୍ବାଲିଫାୟାର-୨

    Share on :
    ajab-Image
    Date: May 29, 2026    Views: 2465

    ନ୍ୟୁ ଚଣ୍ଡିଗଡ଼: ନ୍ୟୁ ଚଣ୍ଡିଗଡ଼ର ମୁଲାନପୁରସ୍ଥିତ ମହାରାଜା ଯାଦବେନ୍ଦ୍ର ସିଂ ଅନ୍ତର୍ଜାତୀୟ ଷ୍ଟାଡିୟମ୍‌ରେ ଶୁକ୍ରବାର ଗୁଜରାଟ ଟାଇଟନ୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ ଚଳିତ ଆଇପିଏଲ୍‌ର ଦ୍ବିତୀୟ କ୍ବାଲିଫାୟାର। ଏହି ମ୍ୟାଚ୍‌ର ବିଜେତା ରବିବାର ଫାଇନାଲ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଭେଟିବ। ଶୁବମନ ଗିଲ୍‌ ନେତୃତ୍ବାଧୀନ ଗୁଜୁରାଟ ଆଗରେ ମୁଖ୍ୟ ଆହ୍ବାନ ରହିବ ରାଜସ୍ଥାନର ରନ୍‌ ମେସିନ ତଥା ବିସ୍ମୟ ବାଳକ ବୈଭବ ସୂର୍ଯ୍ୟବଂଶୀଙ୍କୁ ରୋକିବା। କାସିଗୋ ରବାଡ଼ା, ମହମ୍ମଦ ସିରାଜ, ପ୍ରସିଦ୍ଧ କ୍ରିଷ୍ଣା ଓ ରସିଦ ଖାଁଙ୍କୁ ନେଇ ଗୁଜରାଟର ବୋଲିଂ ବାହିନୀ ବେଶ ସନ୍ତୁଳିତ ଓ ଶକ୍ତିଶାଳୀ ଥିଲେ ବି ମୁଲାନପୁରର ବ୍ୟାଟିଂ ଅନୁକୂଳ ପିଚ୍‌ରେ ତାହା ବୈଭବଙ୍କୁ କିପରି ଅଟକାଇବ ତାହା ଉପରେ ସମସ୍ତଙ୍କ ନଜର ରହିବ। ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ମ୍ୟାଚ୍‌ରେ ସିରାଜ ଏକ ସର୍ଟ ବଲ୍‌ରେ ବୈଭବଙ୍କୁ ଆଉଟ କରିଥିଲେ। ଏଣୁ ସର୍ଟ ବଲ୍‌ ଦ୍ବାରା ଗୁଜରାଟର ବୋଲରମାନେ ତାଙ୍କୁ ସହଳ ଆଉଟ୍‌ କରିବାକୁ ଚେଷ୍ଟା କରିବେ। ରୟାଲ୍ସର ଅନ୍ୟ ପ୍ରମୁଖ ଖେଳାଳି ଯଶସ୍ବୀ ଜୟସ୍ବାଲ, ଜୋଫ୍ରା ଆର୍ଚର ଓ ଧ୍ରୁବ ଜୁରେଲ୍‌ ବି ଯେକୌଣସି ମ୍ୟାଚ୍‌ର ଗତି ବଦଳାଇବାକୁ ସକ୍ଷମ। ଏଣୁ ସେମାନଙ୍କୁ ନିୟନ୍ତ୍ରଣରେ ରଖିବାକୁ ଉଦ୍ୟମ କରିବ ଗିଲ୍‌ ବାହିନୀ। 

    Maximum 500 characters

    ଖେଳ ଖବର View all

    Find Us on Facebook