ମୁଖ୍ୟ ଖବର
ନୂଆଦିଲ୍ଲୀ: ବାଂଲାଦେଶରେ ଚଳିତ ଆଇପିଏଲ୍ର ଟିଭି ପ୍ରସାରଣ ହେବନାହିଁ। ବାଂଲାଦେଶରେ ଟିସ୍ପୋର୍ଟସ ଚ୍ୟାନେଲ ଆଇପିଏଲ୍ ମ୍ୟାଚ୍ର ପ୍ରସାରଣ କରିବାର ଥିଲା। ହେଲେ ବକେୟା ଅର୍ଥ ଦେଇ ନଥିବାରୁ ଟିସ୍ପୋର୍ଟସ ସହ ଆଇପିଏଲ୍ର ପ୍ରସାରଣ ଅଧିକାର ପାଇଥିବା ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି। ବାଂଲାଦେଶର ମୁସ୍ତାଫିଜୁର ରେହମାନଙ୍କୁ ଆଇପିଏଲରୁ ବାଦ୍ଦେବା ପାଇଁ କେକେଆର୍କୁ ବିସିସିଆଇ ନିର୍ଦେଶ ଦେବା ପରେ ଉଭୟ ଦେଶଙ୍କ ମଧ୍ୟରେ ତିକ୍ତତା ଆରମ୍ଭ ହୋଇଥିଲା। ପରେ ଟ୍ବେଣ୍ଟି୨୦ ବିଶ୍ବକପ୍ ଖେଳିବାକୁ ଭାରତ ନ ଆସିବା ଜିଦ୍ରେ ବାଂଲାଦେଶ ବିଶ୍ବକପ୍ରୁ ଓହରି ଯାଇଥିଲା। ପରେ ବାଂଲାଦେଶରେ ଆଇପିଏଲ୍ର ପ୍ରସାରଣ ହେବ ନାହିଁ ବୋଲି ସେଠାକାର ସରକାର ଘୋଷଣା କରିଥିଲେ। ହେଲେ ନିକଟରେ ଆଇପିଏଲ୍ ପ୍ରସାରଣ ଉପରୁ କଟକଣା ଉଠାଇବା ପାଇଁ ବାଂଲାଦେଶ ସରକାର ବିଚାର କରୁଥିଲେ। ଏହା ପୂର୍ବରୁ ଟିସ୍ପୋର୍ଟସ ସହ ଜିଓଷ୍ଟାର୍ ଚୁକ୍ତି ବାତିଲ କରିଦେଇଛି। ଆଇପିଏଲ୍ ପ୍ରସାରଣ ବନ୍ଦ ଯୋଗୁଁ ବାଂଲାଦେଶର କ୍ରିକେଟ୍ପ୍ରେମୀ ବିଶ୍ବର ଏହି ସର୍ବବୃହତ୍, ଲୋକପ୍ରିୟ ଲିଗ୍ ଦେଖିବାରୁ ବଞ୍ଚିତ ହେବେ।
Comments ସମସ୍ତ ମତାମତ