Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ରାଜସ୍ଥାନକୁ ଭେଟିବ ଚେନ୍ନଇ

    Share on :
    ajab-Image
    Date: Mar 30, 2026    Views: 2883

    ଗୁଆହାଟୀ: ଆଇପିଏଲର ୧୯ତମ ସଂସ୍କରଣର ସୋମବାର ତୃତୀୟ ମ୍ୟାଚ ଗୁଆହାଟୀର ଆସାମ କ୍ରିକେଟ ଆସୋସିଏସନ ଗ୍ରାଉଣ୍ଡ​‌ରେ ଦୁଇ ପୂର୍ବତନ ଚମ୍ପିଆନ ରାଜସ୍ଥାନ ରୟାଲ୍‌ସ ଓ ଚେନ୍ନଇ ସୁପରକିଙ୍ଗ୍‌ସ ମୁହାଁମୁହିଁ ହେବେ। ୧୧ ବର୍ଷ ଧରି ରାଜସ୍ଥାନ ରୟାଲ୍‌ସରୁ ଖେଳି ଆସୁଥିବା ସଞ୍ଜୁ ସାମସନଙ୍କୁ ଚଳିତ ସଂସ୍କରଣରେ ଚେନ୍ନଇ ସୁପରକିଙ୍ଗ୍‌ସରୁ ଦେଖିବାକୁ ମିିଳିବ। ସେହିପରି ଚେନ୍ନଇ ସୁପରକିଙ୍ଗ୍‌ସର ପୂର୍ବତନ ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏଥର ରାଜସ୍ଥାନ ଦଳରୁ ଖେଳିବେ। ମ୍ୟାଚରେ ମୁଖ୍ୟତଃ ଦୁଇ ଭାରତୀୟ ଖେଳାଳି ନିଜନିଜ ପୂର୍ବ ଆଇପିଏଲ ଦଳ ବିପକ୍ଷରେ ଲଢିବାକୁ ଯାଉଛନ୍ତି।
    ୨୦୦୮ ପ୍ରଥମ ସଂସ୍କରଣ ଚମ୍ପିଆନ ରାଜସ୍ଥାନ ରୟାଲ୍‌ସ ରିୟାନ ପରାଗଙ୍କ ନେତୃତ୍ବ​‌େ​‌ର ଏକ ନୂଆ ଋତୁ ଆରମ୍ଭ କରିବାକୁ ଯାଉଛି। ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ମୁଖ୍ୟ ଆକର୍ଷଣ ରହିଛନ୍ତି। ବୈଭବଙ୍କ ସମେତ ଯଶସ୍ବୀ ଜୟସୱାଲ, ଧ୍ରୁବ ଜୁରେଲ, ରିୟାନ ପରାଗ, ସିମ୍ରନ ହେତମେୟରଙ୍କ ଉପରେ ଦଳର ବ୍ୟାଟିଂ ଭାର ନିର୍ଭର କରେ। ଅଲରାଉଣ୍ଡର ଭାବେ ଚେନ୍ନଇ ସୁପରକିଙ୍ଗ୍‌ସରୁ ଆସିଥିବା ରବୀନ୍ଦ୍ର ଜାଡେଜାଙ୍କ ସମେତ ଦାସୁନ ସନକ ରହିଛନ୍ତି। ଜେଫ୍ରା ଆର୍ଚରଙ୍କ ସମେତ ତୁଷାର ଦେଶପାଣ୍ଡେ ,କୁଳଦୀପ ସେନ ଓ ସନ୍ଦୀପ ଶର୍ମା ଦ୍ରୁତ ବୋଲିଂ ଭାର ସମ୍ଭାଳିବେ। ବିଘ୍ନେଶ ପୁଥୁର, ରବି ବିଷ୍ଣୋୟୀ ଓ ରବୀନ୍ଦ୍ର ଜାଡେଜାଙ୍କ ଭଳି ସ୍ପିନର ରହିଛନ୍ତି। ଜାଡେଜା ସାମିଲ ପରେ ଦଳ ସନ୍ତୁଳିତ ହୋଇଛି। ଜାଡେଜା ବୋଲିଂ ସହ ମ୍ୟାଚ ଫିନିସର ଦାୟିତ୍ବ ତୁଲାଇବେ। ଉଭୟ କ୍ଷେତ୍ରରେ ଦଳ ସନ୍ତୁଳିତ ରହିଛି। ବିଜୟ ସହ ଅଭିଯାନ ଆରମ୍ଭ ନେଇ ଦଳ ଦୃଢ ଆଶାବାଦୀ ରହିଛି।
    ଚେନ୍ନଇ ସୁପରକିଙ୍ଗ୍‌ସ ଋତୁରାଜ ଗାଏକ୍‌ୱାଡଙ୍କ ନେତୃତ୍ବରେ ଖେଳିବ। ସଞ୍ଜୁ ସାମସନ ସାମିଲ ହେବା ଦଳର ବ୍ୟାଟିଂ ବିଭାଗକୁ ଅଧିକ ଶକ୍ତିଶାଳୀ କରିଛି।

    ୨୦୨୨ରେ ସଞ୍ଜୁ ସାମସନ ରାଜସ୍ଥାନକୁ ଫାଇନନାଲରେ ପହଞ୍ଚାଇବାରେ ବଡ଼ ଭୂମିକା ଗ୍ରହଣ କରିଥିଲେ। ଏହି କେରଳୀ ବ୍ୟାଟ୍‌ସମ୍ୟାନ ହଳଦିଆ ଜର୍ସିରେ ନିଜର ପୂର୍ବ ଦଳ ବିପକ୍ଷରେ ମୁକାବିଲା କରିବାକୁ ପ୍ରସ୍ତୁତ ଅଛନ୍ତି। ଟି୨୦ ବିଶ୍ବକପ୍‌ରେ ଭାରତ ଚମ୍ପିଆନ ହେବା ପଛରେ ସାମସନଙ୍କ ବଡ଼ ଭୂମିକା ରହିଛି। ଏବେ ସାମସନ ଭଲ ଫର୍ମରେ ଅଛନ୍ତି। ସେ ରାଜସ୍ଥାନ ବିପକ୍ଷ ମ୍ୟାଚରେ ଋତୁରାଜ ଗାଏକ୍‌ୱାଡଙ୍କ ସହ ଓପନିଂ କରିବେ। ମହେନ୍ଦ୍ର ସିଂହ ଧୋନି ଆହତ ଯୋଗୁ ଦୁଇ ସପ୍ତାହ ପର୍ଯ୍ୟନ୍ତ ଆଇପିଏଲରେ ଖେଳିବେ ନାହିଁ। ତାଙ୍କ ଅନୁପସ୍ଥିତିରେ ସାମସନ ଓ ଗାଏକ୍‌ୱାଡଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଘରୋଇ ଟି୨୦ରେ ଭଲ ପ୍ରଦର୍ଶନ କରିଥିବା ଯୁବ ଅଲରାଉଣ୍ଡର ପ୍ରଶାନ୍ତ ବୀର ଓ କାର୍ତ୍ତିକ ଶର୍ମାଙ୍କ ମଧ୍ୟରୁ ଜଣଙ୍କୁ ଆଇପିଏଲ ପଦାର୍ପଣର ସୁଯୋଗ ମିଳିବ।

    ଉଭୟେଙ୍କୁ ଚେନ୍ନଇ ୧୪ କୋଟି ୨୦ ଲକ୍ଷ ଲେଖାଏଁ ଟଙ୍କାରେ ଦଳରେ ସାମିଲ କରିଛି। ଏହାଛଡ଼ା ଶିଭମ ଦୁବେ ଓ ଆୟୁଷ ମାହାତ୍ରେ ମଧ୍ୟଭାଗ ସମ୍ଭାଳିବେ। ବୋଲିଂରେ ନୂର ଅହମ୍ମଦ, ଅାକେଲ ହୁସେନ, ମ୍ୟାଟ୍‌ ହେନରୀ ଓ ଖଲିଲ ଅହମଦ ରହିଛନ୍ତି। ଦୁଇ ଦଳ ମଧ୍ୟରେ ‌େ​‌ଶଷ ୫ଟି ମ୍ୟାଚ୍‌ରୁ ରାଜସ୍ଥାନ ୪ଟି ଓ ଚେନ୍ନଇ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛନ୍ତି। ଗତ ସଂସ୍କରଣରେ ରାଜସ୍ଥାନ ରୟାଲ୍‌ସ ନବମ ଓ ଚେନ୍ନଇ ସୁପର କିଙ୍ଗ୍‌ସ ୧୦ ତମ ସ୍ଥାନରେ ରହିଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook