Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଜିତିଲା ଆଇପିଏଲ ୨୦୨୫

    Share on :
    ajab-Image
    Date: Jun 4, 2025    Views: 3567

    ଅହମ୍ମଦାବାଦ : ୧୭ ବର୍ଷ ଅପେକ୍ଷାର ଅନ୍ତ ହୋଇଛି। ଶେଷରେ ଆଇପିଏଲ ଟାଇଟଲ ଜିତିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଇଥିବା ଆଇପିଏଲ ୨୦୨୫ ଫାଇନାଲକୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୬ ରନ୍‌ରେ ଜିତି ନେଇଛି।
    ପଞ୍ଜାବ କିଙ୍ଗସ୍ ଏବଂ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମଧ୍ୟରେ ଖେଳାଯାଉଥିବା ଆଇପିଏଲ ୨୦୨୫ର ଫାଇନାଲ ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ୨୦ ଓଭରରେ ୯ ୱିକେଟ ହରାଇ ୧୯୦ ରନ୍‌ କରିଥିଲା। ଏହାପରେ ୧୯୧ ରନ୍‌ର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଆସିଥିବା ପଞ୍ଜାବ କିଙ୍ଗସ୍‌ ୨୦ ଓଭରରେ ୭ ୱିକେଟ ହରାଇ ୧୮୪ ରନ୍‌ କରିବାରେ ସକ୍ଷମ ହୋଇଥିଲା। ଯାହା ଫଳର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଦୀର୍ଘ ୧୭ ବର୍ଷର ଅପେକ୍ଷାର ଅନ୍ତ ହୋଇଛି। ଆଉ ଶେଷରେ ବାଙ୍ଗାଲୋର ଆଇପିଏଲ ଟ୍ରଫି ଜିତିଛି।

    Maximum 500 characters

    ଖେଳ ଖବର View all

    Find Us on Facebook