ମୁଖ୍ୟ ଖବର
ନୂଆଦିଲ୍ଲୀ : ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)-୨୦୨୫ର ସୋମବାର ୫୫ତମ ମ୍ୟାଚ ସନରାଇଜର୍ସ ହାଇଦରାବାଦ୍ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ହାଇଦରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡ଼ିମୟରେ ଖେଳାଯିବ। ସନରାଇଜର୍ସ ହାଇଦରାବାଦ୍ ପାଇଁ ପ୍ଳେ ଅଫ ଦୌଡ଼ ଆଶାକୁ ବଜାୟ ରଖିବା ନେଇ ଶେଷ ସୁଯୋଗ ରହିଛି। ବିଶାଖାପାଟଶାରେ ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ପ୍ରଥମ ରାଉଣ୍ଡ ମ୍ୟାଚରେ ଦିଲ୍ଲୀ ୭ ୱିକେଟରେ ହାଇଦରାବାଦ୍କୁ ପରାସ୍ତ କରିଥିଲା। ଏେବ ହାଇଦରାବାଦ୍ ନିକଟରେ ପ୍ରତିଶୋଧ ନେବାର ସୁଯୋଗ ରହିଛି।
ସନରାଇଜର୍ସ ହାଇଦରାବାଦ୍ ୧୦ଟି ମ୍ୟାଚରୁ ୩ଟି ବିଜୟ ଓ ୭ଟି ପରାଜିତ ହୋଇଛି। ପ୍ଲେ ଅଫକୁ ନେଇ ଆଶଙ୍କାରେ ରହିଥିବାବେଳେ ଦଳ ପାଇଁ ଶେଷ ୪ଟି ମ୍ୟାଚ କର ବା ମର ସ୍ଥିତିରେ ପହଞ୍ଚିଛି। ସନରାଇଜର୍ସ ଶେଷ ମ୍ୟାଚରେ ଗୁଜରାଟ ଟାଇଟାନ୍ସ ନିକଟରୁ ୩୮ରନରେ ପରାଜିତ ହୋଇଥିଲା। ବ୍ୟାଟିଂ ବିଭାଗରେ ଅଭିଷେକ ଶର୍ମା ୭୪ରନ କରିଥିବାବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନଙ୍କ ସହଯୋଗ ମିଳିନଥିଲା। ଟ୍ରେଭିସ ହେଡ୍, ହେନରିକ କ୍ଲାସେନ, ନୀତିଶ କୁମାର ରେଡ୍ଡି, ଈଶାନ କିଷନ ବିଫଳ ହେବା ଦଳର ବ୍ୟାଟିଂ ଚିନ୍ତା ବଢାଇଛି। ପ୍ୟାଟ୍ କମିନ୍ସ, ମହମ୍ମଦ ସାମି, ଜୟଦେବ ଉନାଦକତ ଓ ହର୍ଶଲ ପଟେଲଙ୍କ ଭଳି େବାଲର ରହିଥିଲେ ମଧ୍ୟ ଦଳ ବୋଲିଂ ବିଭାଗରେ ବିଫଳ ହେଉଛି। ଦଳକୁ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡ଼ିବ। ସନରାଇଜର୍ସକୁ ପ୍ଳେ ଅଫ ଦୌଡ଼ ଆଶା ବଜାୟ ରଖିବାକୁ ହେଲେ ଉକ୍ତ ମ୍ୟାଚକୁ କୌଣସି ମତେ ଜିତିବାକୁ ପଡ଼ିବ। ପରାଜିତ ହେଲେ ଦଳ ପ୍ଲେ ଅଫ ଦୌଡ଼ରୁ ବାଦ ପଡ଼ିବ।
Comments ସମସ୍ତ ମତାମତ