ମୁଖ୍ୟ ଖବର
କୋଲକାତା: ବୋଲରଙ୍କ ସାମଗ୍ରୀକ ସଫଳତା ଏବଂ ଅଧିନାୟକ ଶୁବମନ ଗିଲଙ୍କ ଦମଦାର ବ୍ୟାଟିଂ ବଳରେ ସୋମବାର ଖେଳାଯାଇଥିବା ଆଇପିଏଲର ୩୯ତମ ମ୍ୟାଚରେ ଗୁଜୁରାଟ ଟାଇଟନ୍ସ (ଜିଟି) ୩୯ ରନରେ କୋଲକାତା ନାଇଟ ରାଇଡର୍ସ (କେକେଆର)କୁ ପରାସ୍ତ କରିଛି । ଚଳିତ ସଂସ୍କରଣରେ ଜିଟି ଷଷ୍ଠ ବିଜୟ ହାସଲ କରିବା ସହ ତା’ର ପଏଣ୍ଟ ସଂଖ୍ୟା ୧୨କୁ ବଢାଇ ପଏଣ୍ଟ ଟେବଲର ଟପରେ ଅପରିବତ୍ତିତ ରହିଛି । ଅନ୍ୟ ପକ୍ଷରେ କେକେଆର ପଞ୍ଚମ ମ୍ୟାଚ ହାତଛଡ଼ା କରିଛି । ଶୁବମନ ଗିଲ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଛନ୍ତି ।
ଜିଟି ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୩ ୱିକେଟ ହରାଇ ୧୯୮ ରନ କରିଥିଲା । ଦୁଇ ଓପ୍ନର ଶୁବମନ ଗିଲ ଏବଂ ସାଇ ସୁଦର୍ଶନ ପ୍ରଥମ ୱିକେଟରୁ ୧୧୪ ରନ ଉଠାଇ ବଡ଼ ସ୍କୋର ଲାଗି ମୂଳଦୁଆ ପକାଇଥିଲେ । ଶୁବମନ ୫୫ ବଲରେ ୧୦ ଚୈାକା ଓ ୩ଛକା ସହାୟତାରେ ୯୦ ଏବଂ ସାଇ ସୁଦର୍ଶନ ୩୬ ବଲରେ ୬ଚୈାକା ଓ ୧ ଛକା ସହାୟତାରେ ୫୨ ରନ କରିଥିଲେ । ଜୋସ ବଟଲର ୨୩ ବଲରେ ୮ ଚୈାକା ସହାୟତାରେ ୪୧ ରନ କରିଥିବା ବେଳେ ଶାହାରୁଖ ଖାନ ୫ ବଲରେ ଗୋଟିଏ ଛକା ସହାୟତାରେ ୧୧ ରନ କରିଥିଲେ । କେକେଆର ପକ୍ଷରୁ ବୈଭବ ଆରୋରା, ହର୍ଷିତ ରାଣା ଏବଂ ଆନେ୍ଦ୍ର ରସେଲ ଗୋଟିଏ ଲେଖାଏଁ ୱିକେଟ ନେଇଥିବା ବେଳେ ଅନ୍ୟମାନେ କୌଣସି ପ୍ରଭାବ ପକାଇ ପାରିନଥିଲେ ।
ଜବାବରେ କେକେଆର ୧୯୯ ରନ ଟାର୍ଗେଟର ପିଛା କରି ନିର୍ଦ୍ଧାରିତ ୨୦ ଓଭରରେ ୮ ୱିକେଟ ବିନିମୟରେ ୧୫୯ ରନ କରିବାକୁ ସମର୍ଥ ହୋଇଥିଲା । ଅଧିନାୟକ ଅଜିଙ୍କ୍ୟ ରାହାନେ ୫୦, ଅଙ୍ଗକ୍ରିସ ରଘୁବଂଶୀ ୨୭ ଏବଂ ଆନେ୍ଦ୍ର ରସେଲ ୨୧ ରନ କରିଥିଲେ ମଧ୍ୟ ଦଳକୁ ଜିତାଇ ପାରିନଥିଲେ । ଜିଟି ପକ୍ଷରୁ ପ୍ରସିଦ୍ଧ ରସିଦ ଖାନ ୨ଟି ଲେଖାଏଁ, ମହମ୍ମଦ ସିରାଜ, ଇଶାନ୍ତ ଶର୍ମା, ୱାଶିଂଟନ ସୁନ୍ଦର ଓ ଆର ସାଇ କିଶୋର ଗୋଟିଏ ଲେଖାଏଁ ୱିକେଟ ହାସଲ କରିଥିଲେ ।
Comments ସମସ୍ତ ମତାମତ