ମୁଖ୍ୟ ଖବର
ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ବ୍ୟାଟର ରୋହିତ ଶର୍ମା ପ୍ରଥମ ଭାରତୀୟ ଭାବେ ଆଇପିଏଲରେ ୨୦ତମ ପ୍ଳେୟର ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି । ଏଥିସହିତ ସେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବ୍ୟାଟର ବିରାଟ କୋହିଲଙ୍କୁ ପଛରେ ପକାଇଛନ୍ତି । କୋହିଲ ଆଇପିଏଲରେ ୧୯ଥର ପ୍ଳେୟାର ଅଫ ଦି ମ୍ୟାଚ ଘୋଷିତ ହୋଇଛନ୍ତି ।
ଚେନ୍ନାଇ ସୁପର କିଙ୍ଗସ ବିପକ୍ଷ ମ୍ୟାଚରେ ରୋହିତ ଅର୍ଦ୍ଧଶତକ ଅର୍ଜନ କରି ମୁମ୍ବାଇ ଇଣ୍ଡିଆନ୍ସକୁ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ତାଙ୍କୁ ପ୍ଳେୟାର ଅଫ ଦି ମ୍ୟାଚ ବିବେଚିତ କରାଯାଇଥିଲା । ଅନ୍ୟପକ୍ଷରେ ପଞ୍ଜାବ କିଙ୍ଗସ ବିପକ୍ଷ ମ୍ୟାଚରେ କୋହିଲ ଅପରାଜିତ ଅର୍ଦ୍ଧଶତକ ଅର୍ଜନ କରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ଜିତାଇଥିଲେ । କୋହିଲଙ୍କୁ ପ୍ଳେୟାର ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଆଇପିଏଲରେ ୧୮ଥର ପ୍ଳେୟାର ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି । ତେବେ ଏବି ଡିଭିଲିୟର୍ସଙ୍କ ନାମରେ ସର୍ବକାଳୀନ ରେକଡର଼୍ ରହିଛି । ସେ ସର୍ବାଧିକ ୨୫ଥର ପ୍ଳେୟାର ଅଫ ଦି ମ୍ୟାଚ ପୁରସ୍କାର ପାଇଛନ୍ତି । କ୍ରିସ ଗେଲ ୨୨ଥର ପ୍ଳେୟାର ଅଫ ଦି ମ୍ୟାଚ ଘୋଷିତ ହୋଇ ଏହି ଲିଷ୍ଟର ଦ୍ୱିତୀୟରେ ରହିଛନ୍ତି ।
Comments ସମସ୍ତ ମତାମତ