ମୁଖ୍ୟ ଖବର
କୋଲକାତା: ବିରାଟ କୋହଲିଙ୍କ ଧୁଆଁଧାର ପ୍ରଦର୍ଶନ । KKRକୁ ୭ ୱିକେଟରେ ହରାଇଲା RCB । ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ ୨୦୨୫) ୧୮ତମ ସଂସ୍କରଣର ପ୍ରଥମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ (KKR)କୁ ପରାସ୍ତ କରିଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) । କେକେଆର ପ୍ରଥମେ ବ୍ୟାଟିଂ କରି ୧୭୪ ରନ ସଂଗ୍ରହ କରି ଆରସିବିକୁ ୧୭୫ ରନର ଟାର୍ଗେଟ ଦେଇଥିଲା । ୧୬ ଓଭର ୨ଟି ବଲରେ ଟାର୍ଗେଟ ପୂରା କରି ବିଜୟୀ ହୋଇଛି ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ।କୋଲକାତା ନାଇଟ୍ ରାଇଡର୍ସ ଅଧିନାୟକ ଅଜିଙ୍କ୍ୟ ରାହାଣେ ଅଛନ୍ତି । ସେହିପରି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳର ଅଧିନାୟକ ରଜତ ପଟିଦାର ଅଛନ୍ତି ।ଫିଲ୍ ସଲ୍ଟଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ କିଙ୍ଗ୍ କୋହଲି ଦଳକୁ ବିଜୟ ଭେଟିର ଦେଇଛନ୍ତି । ୧୭୫ ରନ୍ ବିଜୟ ଲକ୍ଷ୍ୟକୁ ପିଛା କରିଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (RCB) ୧୬ ଓଭର ୨ଟି ବଲରେ ବିଜୟ ହାସଲ କରିଥିଲା । ତେବେ ସଲ୍ଟ ୨୫ ବଲରୁ ଏବଂ ବିରାଟ କୋହଲି ୩୦ ବଲରୁ ଅର୍ଦ୍ଧଶତକ ହାସଲ କରିବା ପରେ ରଜତ ପଟିଦାରଙ୍କ ୧୬ ବଲ୍ରୁ ୩୪ ରନ ଦଳକୁ ସହଜ ବିଜୟ ଆଣିଦେଇଥିଲା । ଆର୍ସିବିର ନୂଆ ଅଧିନାୟକ ରଜତ ପଟିଦାର ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିବା ବେଳେ ମୈଦାନକୁ ଓହ୍ଲାଇଥିଲା କୋଲକାତା ନାଇଟ୍ ରାଇଡର୍ସ (KKR) । KKR ଅଧିନାୟକ ଅଜିଙ୍କ୍ୟ ରାହାଣେ ମାତ୍ର ୩୧ ବଲ୍ରୁ ୫୬ ରନ୍ କରି ଫେରିଥିଲେ ।
Comments ସମସ୍ତ ମତାମତ