ମୁଖ୍ୟ ଖବର
କୋଲକାତା : ଅପେକ୍ଷାର ଅନ୍ତ ଘଟିବାକୁ ଯାଉଛି । ଆଉ କିଛି ସମୟ ପରେ ଆରମ୍ଭ ହୋଇଯିବ ବିଶ୍ବର ସବୁଠାରୁ ଲୋକପ୍ରିୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗର ୧୮ତମ ସଂସ୍କରଣ । ମ୍ୟାଚ ଦେଖିବାକୁ ଷ୍ଟାଡିୟମରେ ଜମିବ ଦର୍ଶକଙ୍କ ଭିଡ । ଟ୍ରଫି ହାତେଇବାକୁ ୧୦ ଦଳ ମଧ୍ୟରେ ଜବରଦସ୍ତ ଫାଇଟ । ଷ୍ଟାଡିୟମରେ ହେବ ଛକା ଚୌକା ବର୍ଷା । ଚିୟର ଗାର୍ଲଙ୍କ ଠୁମକାରେ ଝୁମିବେ ଦର୍ଶକ । କରତାଳି ସାଙ୍ଗକୁ ହୋହଲ୍ଲାରେ କମ୍ପିବ ଷ୍ଟାଡିୟମ । ନିଜ ଫେବରେଟ ଟିମ୍କୁ ଚିୟର କରିବାକୁ କ୍ରୀଡାପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା ଉତ୍ସାହ । ଆଜି କୋଲକାତାରା ଇଡେନ ଗାର୍ଡେନ୍ସରେ ଉଦଘାଟନୀ ଉତ୍ସବ ପରେ ପ୍ରଥମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ ଓ ଚୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ ।
ଉଦଘାଟନୀ ମୁକାବିଲା ପୂର୍ବରୁ କ୍ରୀଡାପ୍ରେମୀଙ୍କୁ ନିରାଶ କରିବା ଭଳି ଖବର ସାମ୍ନାକୁ ଆସିଛି । ଉଦଘାଟନୀ ଉତ୍ସବ ସହ ମ୍ୟାଚ କୋଲକାତାରେ ହେବାକୁ ଥିବା ବେଳେ ସେଠାରେ ବର୍ଷା ହୋଇଛି । ଯାହା ମ୍ୟାଚ ସମୟରେ ବାଧକ ସାଜିପାରେ ବୋଲି କୁହାଯାଉଛି । କେକେଆର ଓ ଆରସିବି ମ୍ୟାଚରେ ବର୍ଷା ଆଶଙ୍କା ଖବର ଦର୍ଶକଙ୍କୁ ନିରାଶ କରିଛି । ଆଜି କୋଲକାତାରେ ୯୦ ପ୍ରତିଶତ ବର୍ଷା ହେବାର ସମ୍ଭାବନା ରହିଛି । ଯଦି ବର୍ଷା ହୁଏ ତେବେ ମ୍ୟାଚ ବାତିଲ ହୋଇପାରେ ।
ଆଇପିଏଲ ଇତିହାସରେ କେକେଆର ଓ ଆରସିବି ମଧ୍ୟରେ ମୋଟ ୩୫ଟି ମ୍ୟାଚ ଖେଳାଯାଇଛି । ସେଥି ମଧ୍ୟରୁ ୨୧ଟିରେ କୋଲକାତା ବିଜୟୀ ହୋଇଥିବା ବେଳେ ବେଙ୍ଗାଲୁରୁ ମାତ୍ର ୧୪ ମ୍ୟାଚରେ ବିଜୟୀ ହୋଇଛି । ସେହିପରି ଯଦି ଦେଖାଯାଏ କୋଲକାତା ୩ ଥର ଆଇପିଏଲ ଟ୍ରଫି ହାତେଇ ସାରିଛି । କିନ୍ତୁ ଆରସିବି ବର୍ତ୍ତମାନ ପର୍ୟ୍ୟନ୍ତ ଗୋଟିଏ ଥର ବି ଚାମ୍ପିଅନ ହୋଇପାରିନି । ତେଣୁ ଦଳ ଚଳିତ ଥର ଟ୍ରଫି ହାତେଇବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ସେପଟେ କେକେଆର ଶ୍ରେୟସ ଆୟରଙ୍କ ନେତୃତ୍ବରେ ପୂର୍ବ ସିଜିନର ଚାମ୍ପିଅନ ହୋଇଥିଲା । ଚଳିତ ଥର ଦଳର ଅଧିନାୟକ ବଦଳିଯାଇଛନ୍ତି । ଆଜିଙ୍କ୍ୟ ରାହାଣେ ଦଳର ନେତୃତ୍ବ ନେଇଛନ୍ତି । ପୂର୍ବ ପ୍ରଦର୍ଶନକୁ ଦଳର ଏଥର ରିପିଟ କରିବ ବୋଲି ଆଶା । ସେହିପରି ଏଥର ଆରସିବିକୁ ନୂଆ ଅଧିନାୟକ ମିଳିଛି । ରଜତ ପଟିଦାରଙ୍କ ନେତୃତ୍ବରେ ଆଇପିଏଲ ମଇଦାନକୁ ଓହ୍ଲାଇବ ଦଳ । ଆଜିର ମ୍ୟାଚରେ କିଏ ବିଜୟୀ ହେଉଛି ତାଉପରେ ସମସ୍ତଙ୍କ ନଜର ।
Comments ସମସ୍ତ ମତାମତ