Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ: ଚେନ୍ନାଇକୁ ୨୦ ରନରେ ହରାଇଲା ଦିଲ୍ଲୀ

    Share on :
    ajab-Image
    Date: Apr 1, 2024    Views: 3801

    ନୂଆଦିଲ୍ଲୀ:   ଆଇପିଏଲର ହାଇଭୋଲଟେଜ ମ୍ୟାଚରେ ଚେନ୍ନାଇକୁ ୨୦ ରନରେ ହରାଇଲା ଦିଲ୍ଲୀ । ରିଷବ ପନ୍ତ, ଡେଭିଡ ୱାର୍ଣ୍ଣରଙ୍କ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂ କରି ୫ ୱିକେଟରେ ୧୯୧ ରନ ଟାର୍ଗେଟ ଦେଇଥିଲା ଦିଲ୍ଲୀ କ୍ୟାପିଟାଲ୍ସ । ୩୫ ବଲରୁ ୫୨ ରନ କରିବା ସହ ଚଳିତ ଆଇପିଏଲରେ ପ୍ରଥମ ଅର୍ଦ୍ଧଶତକ ମାରିଥିଲେ ପନ୍ତ । ୧୯୨ ରନର ଟାର୍ଗେଟକୁ ପିଛା କରୁଥିବା ଚେନ୍ନାଇ ପ୍ରାରମ୍ଭରୁ ଦୁଇ ଓପନର ଋତୁରାଜ ଗାଇକ୍ୱାଡ୍ ଏବଂ ରଚିନ ରବୀନ୍ଦ୍ରଙ୍କୁ ହରାଇଥିଲା । ପରେ ଆଜିଙ୍କ୍ୟ ରାହାଣେ ୪୫ ରନର ଇନିସ ଖେଳିଥିଲେ । ହେଲେ ଅନ୍ୟ କୌଣସି ଖେଳଳୀ ଭଲ ପଦର୍ଶନ କରିନପାରିବାକୁ ଦଳକୁ ପରାଜୟର ସାମ୍ନା କରିବାକୁ ପଡିଥିଲା ।

    କିନ୍ତୁ ଶେଷ ଆଡକୁ ଦମଦାର ବ୍ୟାଟିଂ କରି ଦର୍ଶକଙ୍କ ମନ ଜିଣିଥିଲେ ମହେନ୍ଦ୍ର ସିଂ ଧୋନୀ । ପ୍ରଥମ ଥର ପାଇଁ ଚଳିତ ଆଇପିଏଲରେ ବ୍ୟାଟିଂ କରିବାକୁ ଆସିଥିବା ଧୋନି ମାତ୍ର ୧୬ ବଲରୁ ୪ ଚୌକା, ୩ ଛକା ସହ ୩୭ ରନ କରିଥିଲେ । କିନ୍ତୁ ଦଳକୁ ୨୦ ରନରେ ହାରିବାକୁ ପଡିଥିଲା । ଦିଲ୍ଲୀ ପକ୍ଷରୁ ଖଲିଲ ଅହମ୍ମଦ ୨ ୱିକେଟ୍ ନେଇଥିବା ବେଳେ ମୁକେଶ କୁମାର ୩ ଟି ୱିକେଟ ନେଇଥିଲେ । ତେବେ ଆଜି ମୁମ୍ବାଇ-ରାଜସ୍ଥାନ ମଧ୍ୟରେ ହେବ ଟକ୍କର । ମୁମ୍ବାଇ ପ୍ରଥମ ଦୁଇ ମ୍ୟାଚ ହାରିଯାଇଥିବାରୁ ଆଜିର ମ୍ୟାଚ ଦଳ ପାଇଁ ଗୁରୁତ୍ୱ ବହନ କରୁଛି ।

    Maximum 500 characters

    ଖେଳ ଖବର View all

    Find Us on Facebook