Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ ମହାସମର: ଆଜି ଲକ୍ଷ୍ନୌ ଓ ପଞ୍ଜାବ ମଧ୍ୟରେ ଟକ୍କର

    Share on :
    ajab-Image
    Date: Mar 30, 2024    Views: 3981

    ଲକ୍ଷ୍ନୌ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)- ୨୦୨୪ର ଏକାଦଶତମ ମ୍ୟାଚ ଶନିବାର ଅଟଳ ବିହାରୀ ବାଜପେୟୀ ଷ୍ଟାଡ଼ିୟମ​ ଏକ୍‌ନା​‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ଓ ପଞ୍ଜାବ କିଙ୍ଗ୍‌ସ ମଧ୍ୟରେ ଖେଳାଯିବ। ଦୁଇ ଦଳ ଶେଷ ମ୍ୟାଚରେ ପରାଜିତ ହୋଇଥିବାରୁ ବିଜୟକୁ ଫେରିବା ଲକ୍ଷ୍ୟ ନେଇ ଖେଳିବେ। ଏହା ପଞ୍ଜାବ କିଙ୍ଗ୍‌ସର ୩ୟ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ପାଇଁ ଦ୍ବିତୀୟ ମ୍ୟାଚ ହେବ।ଲୋକେଶ ରାହୁଲଙ୍କ ନେତୃତ୍ବାଧିନ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସ ନିକଟରୁ ୨୦ରନରେ ପରାଜିତ ହୋଇଥିଲା। ରାହୁଲ ଓ ନିକୋଲାସ ପୁରନଙ୍କୁ ବାଦ୍‌ ଦେଲେ ଅନ୍ୟ କୌଣସି ବ୍ୟାଟସମ୍ୟାନ ସଫଳ ହୋଇନଥିଲେ। ଓପନର କ୍ବିଣ୍ଟନ ଡିକକ, ଦୀପକ ହୁଡା, ଦେବଦତ୍ତ ପାଡ଼ିକଲ, ଆୟୁଷ ବଦାନି, ମାର୍କୋସ ଷ୍ଟୋଇନିସ ଓ କ୍ରୁନାଲ ପାଣ୍ଡ୍ୟା ପ୍ରମୁଖ ରନ କରିବାରେ ବିଫଳ ହୋଇଥିଲେ। ସେହିପରି ଦଳର ବୋଲିଂ ଭାର ମୋହନିସ ଖାନ, ନବୀନ ଉଲ୍‌ ହକ୍‌, ରବି ବିଷ୍ଣୋୟି ପ୍ରମୁଖଙ୍କ ଉପରେ ନିର୍ଭର କରୁଛି। ଶେଷ ମ୍ୟାଚରେ ଦଳ ବୋଲିଂ ଓ ବ୍ୟାଟିଂ ବିଭାଗରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲା। ଦଳକୁ ପଞ୍ଜାବ କିଙ୍ଗ୍‌ସ ବିପକ୍ଷରେ ବିଜୟୀ ହେବାକୁ ହେଲେ ବୋଲିଂ ଓ ବ୍ୟାଟିଂ ବିଭାଗକୁ ସୁଧାରିବାକୁ ପଡ଼ିବ। ସେହିପରି ଶିଖର ଧାୱନଙ୍କ ନେତୃତ୍ବାଧିନ ପଞ୍ଜାବ କିଙ୍ଗ୍‌ସ ପ୍ରଥମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୪ ୱିକେଟରେ ପରାସ୍ତ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ନିକଟରୁ ୪ ୱିକେଟରେ ପରାଜିତ ହୋଇଛି। ଶିଖର ଧାୱନ ଓ ସାମ୍‌ କୁରାନଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍‌ସମ୍ୟାନ ଉକ୍ତ ଦୁଇ ମ୍ୟାଚରେ ବଡ଼ ଇନିଂସ ଖେଳିବାରେ ସଫଳ ହୋଇନାହାନ୍ତି। ଦଳ ନିକଟରେ ଲିୟାମ ଲିଭିଙ୍ଗଷ୍ଟୋନ, ଜନି ବେୟାରଷ୍ଟୋ, ସାମ୍‌ କୁରାନ ଓ ଜିତେଶ ଶର୍ମାଙ୍କ ଭଳି ବ୍ୟାଟ୍‌ସମ୍ୟାନ ମଧ୍ୟ ରହିଛନ୍ତି। ଲିଭିଙ୍ଗଷ୍ଟୋନ ଦୁଇଟି ମ୍ୟାଚରୁ ୫୫ରନ ଓ ବେୟାରଷ୍ଟୋ ୮ ରନ କରିଛନ୍ତି। ଦଳକୁ ବ୍ୟାଟିଂ ବିଭାଗରେ ଶକ୍ତିଶାଳୀ କରିବାକୁ ହେଲେ ଉକ୍ତ ଦୁଇ ଖେଳାଳିଙ୍କୁ ବଡ଼ ଇନିଂସ ଖେଳିବାକୁ ପଡ଼ିବ। ସେହିପରି ସାମ କୁରାନ, ଅର୍ଶଦୀପ୍‌ ସିଂହ, କାଗିସୋ ରାବଡା, ହର୍ଷଲ ପଟେଲ ପ୍ରମୁଖ ଦ୍ରୁତ ବୋଲିଂ ଭାର ସମ୍ଭାଳୁଛନ୍ତି। ସ୍ପିନର ଭା​‌ବେ ରାହୁଲ ଚହର ମଧ୍ୟ ରହିଛନ୍ତି। ରାବଡା ଓ ହରପ୍ରୀତ ବ୍ରାର ଭଲ ଫର୍ମରେ ରହିଛନ୍ତି। ବ୍ୟାଟିଂକୁ ନେଇ ଦୁଇ ଦଳ ଶକ୍ତିଶାଳୀ ରହିଥିବାରୁ ବଡ଼ ସ୍କୋର ହେବା ନେଇ ଆଶା କରାଯାଉଛି । ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଶେଷ ୩ଟି ମ୍ୟାଚର ପ୍ରଦର୍ଶନକୁ ଦେଖିଲେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ୨ଟି ଓ ପଞ୍ଜାବ କିଙ୍ଗ୍‌ସ ଗୋଟିଏ ମ୍ୟାଚରେ ବିଜୟୀ ହୋଇଛି।

    Maximum 500 characters

    ଖେଳ ଖବର View all

    Find Us on Facebook