Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ୍‌: ଗୁଜରାଟ୍‌କୁ ୬୩ ରନ୍‌ରେ ପରାସ୍ତ କଲା ଚେନ୍ନାଇ

    Share on :
    ajab-Image
    Date: Mar 27, 2024    Views: 4197

    ଚେନ୍ନାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ସପ୍ତଦଶ ସଂସ୍କରଣର ସପ୍ତମ ମ୍ୟାଚ୍‌ରେ ମଙ୍ଗଳବାର ଚେନ୍ନାଇ ସୁପର କିଙ୍ଗ୍‌ସ ଦମ୍‌ଦାର ବ୍ୟାଟିଂ ଓ ବୋଲିଂ କରିଛି। ଅତିଥି ଟିମ୍‌  ଗୁଜରାଟ୍‌ ଟାଇଟନ୍ସକୁ ଚେନ୍ନାଇ ସୁପର କିଙ୍ଗ୍‌ସ ୬୩ ରନ୍‌ରେ ପରାସ୍ତ କରିଛି। ୨୦୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ଗୁଜରାଟ୍‌ ଟିମ୍‌ ନିର୍ଦ୍ଧାରିତ ୨୦ ଓଭରରେ ୮ଟି ୱିକେଟ୍‌ ହରାଇ ୧୪୩ ରନ୍‌ରେ ଅଟକିଛି।

    ଗୁଜରାଟ୍‌ ପାଇଁ ସାଇ ସୁଦର୍ଶନ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ୩୧ଟି ବଲ୍‌ ଖେଳି ୩ଟି ଚୌକା ସହାୟତରେ ୩୭ ରନ୍‌ ଯୋଡ଼ିଥିଲେ। ପ୍ରାରମ୍ଭିକ ବ୍ୟାଟର ଋଦ୍ଧିମାନ ଶାହ ଓ ଡେଭିଲ ମିଲରଙ୍କ ବ୍ୟାଟ୍‌ରୁ ୨୧ ରନ୍‌ ଲେଖାଏଁ ଅମଳ ହୋଇଥିଲା। ଅନ୍ୟ ବ୍ୟାଟରମାନଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ଥିଲା। ଚେନ୍ନାଇ ପକ୍ଷରୁ ଦୀପକ ଚାହର, ମୁସ୍ତାଫିଜୁର ରହମାନ ଓ ତୁଷାର ଦେଶପାଣ୍ଡେ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ଡେରିଲ ମିଚେଲ ଓ ମିତିଶା ପଥିରଣା ୧-୧ ୱିକେଟ୍‌ ପାଇଥିଲେ।

    ସ୍ଥାନୀୟ ଏମ୍‌ଏ ଚିଦାମ୍ବରମ୍‌ ଷ୍ଟାଡିୟମରେ ଗୁଜରାଟ୍‌ ଟସ୍‌ ଜିଣି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଋତୁରାଜ ଗାଏକ୍ବାର୍ଡ ଓ ରଚିନ୍‌ ରବୀନ୍ଦ୍ର ଚେନ୍ନାଇର ପାଳି ଆରମ୍ଭ କରିଥିଲେ। ଉଭୟ ଋତୁରାଜ ଓ ରଚିନ୍‌ ପ୍ରଥମ ୱିକେଟ୍‌ ପାଇଁ ୬୨ ରନ୍‌ର ଭାଗିଦାରୀ କରିଥିଲେ। ଗୁଜରାଟ୍‌ ତରଫରୁ ରସିଦ୍‌ ଖାନ୍‌ ବିସ୍ଫୋରକ ବ୍ୟାଟର ରଚିନ୍‌ଙ୍କୁ ପ୍ରଥମେ ଆଉଟ୍‌ କରିଥିଲେ। କିନ୍ତୁ ରଚିନ୍‌ କ୍ରିଜ୍‌ ଛାଡ଼ିବା ପୂର୍ବରୁ ୩୦ଟି ବଲ୍‌ ଖେଳି ୬ଟି ଚୌକା ଓ ୩ଟି ଛକା ବଳରେ ୪୬ ରନ୍‌ ସଂଗ୍ରହ କରିଥିଲେ।

    ଯୁବ ବ୍ୟାଟର ଶିଭମ୍‌ ଦୁବେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ୨୩ଟି ବଲ୍‌ର ସମ୍ମୁଖୀନ ୨ଟି ଚୌକା ଓ ୫ଟି ଛକା ମାରିଥିଲେ। ରସିଦ ଖାନ୍‌ଙ୍କ ବଲ୍‌କୁ ବିଜୟ ଶଙ୍କରଙ୍କ ହାତରେ ଦେଇ ଚତୁର୍ଥ ୱିକେଟ୍‌ ଭାବେ ଆଉଟ୍‌ ହୋଇଥିଲେ।  ଚେନ୍ନାଇ ପଞ୍ଚମ ୱିକେଟ୍‌ ଭାବେ ସମୀର ରିଜଭିଙ୍କୁ ହରାଇ ଥିଲା। ସମୀର ୬ଟି ବଲ୍‌ ଖେଳି ବ୍ୟକ୍ତିଗତ ଭାବେ ୧୪ ରନ୍‌ ସଂଗ୍ରହ କରିଥିଲେ। ଡେରିଲ ମିଚେଲ ୨୦ଟି ବଲ୍‌ ଖେଳି ୨୪ ରନ୍‌ କରିଥିଲେ। ସେହିପରି ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା ୩ଟି ବଲ୍‌ ଖେଳି ଅପରାଜିତ ୭ ରନ୍‌ ସଂଗ୍ରହ କରିଥିଲେ।

    ଏହା ପୂର୍ବରୁ ଚେନ୍ନାଇ ଦ୍ବିତୀୟ ଓ ତୃତୀୟ ୱିକେଟ୍‌ ଭାବେ ଆଜିଙ୍କ୍ୟ ରାହାଣେ (୧୨ ରନ୍‌) ଓ ଋତୁରାଜଙ୍କୁ ହରାଇଥିଲା। ଦଳୀୟ ସ୍କୋର ୧୦୪ ରନ୍‌ରେ ରାହାଣେ ଓ ୧୨୭ ରନ୍‌ରେ ଋତୁରାଜ ଆଉଟ୍‌ ହୋଇଥିଲେ। ଋତୁରାଜ ବ୍ୟକ୍ତିଗତ ଭାବେ ଦଳ ପାଇଁ ୪୬ ରନ୍‌ର ସଂଗ୍ରହ କରିଥିଲେ। ସେ ୩୬ଟି ବଲ୍‌ ଖେଳି ୫ଟି ଚୌକା ଓ ଗୋଟିଏ ଛକା ମାରିଥିଲେ।

    Maximum 500 characters

    ଖେଳ ଖବର View all

    Find Us on Facebook