Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ମ୍ୟାଚ ବାତିଲ ହେଲେ ବିଜେତା ଘୋଷିତ ହେବ ଗୁଜରାଟ ଟାଇଟନ୍ସ

    Share on :
    ajab-Image
    Date: May 29, 2023    Views: 4280

     ନୂଆଦିଲ୍ଲୀ:  ଚେନ୍ନାଇ ପାଇଁ କାଳ ହୋଇପାରେ ବର୍ଷା । ଆଇପିଏଲ ଟ୍ରଫି ଜିତି ଅବସର ନେବାକୁ ଚିନ୍ତା କରୁଥିବା ମହେନ୍ଦ୍ର ସିଂ ଧୋନୀଙ୍କ ସ୍ନପ୍ନ ଅଧୁରା ରହିଯାଇପାରେ । ଆଜି ହେବାକୁ ଥିବା ଫାଇନାଲ ମ୍ୟାଚ ବାତିଲ ହେଲେ ବିଜେତା ଘୋଷିତ ହେବ ଗୁଜରାଟ ଟାଇଟନ୍ସ ।
    ଆଜି ମ୍ୟାଚ ହେବାକୁ ଥିବା ଗୁଜରାଟର ଅହମ୍ମଦାବାଦର ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି । ଯଦି ବର୍ଷା ହୁଏ, ଆଉ ଖେଳ ହୋଇନପାରେ ତେବେ ଚେନ୍ନାଇର ପଞ୍ଚମ ଥର ପାଇଁ ଆଇପିଏଲ ଫାଇନାଲ ଜିତିବାର ଆଶା ଧୁଳିସାତ୍ ହୋଇଯାଇପାରେ । ଗତକାଲି ଗୁଜରାଟ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଫାଇନାଲ ମ୍ୟାଚ ହେବାର ଥିଲା । କିନ୍ତୁ ଲଗାତାର ସନ୍ଧ୍ୟା ୬ଟାରୁ ୮ଟା ୨ ଘଣ୍ଟା ବର୍ଷା ହୋଇଥିଲା ।

    ୪୧ ମିଲିମିଟର ବର୍ଷା ହେବା ପରେ ମ୍ୟାଚ ଖେଳିବା ସମ୍ଭବପର ହୋଇନଥିଲା । ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଫାଇନାଲ ମ୍ୟାଚ ବାତିଲ କରାଯାଇଛି । ଆଜି ରିଜର୍ଭ ଦିନରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ । ଯଦି ବର୍ଷା ହୁଏ ତେବେ ସବୁଠୁ କମ୍ ୫ ଓଭର ବିଶିଷ୍ଟ ମ୍ୟାଚ ଖେଳାଯାଇପାରେ । ଆଉ ଯଦି ଖେଳିବା ଆଦୌ ସମ୍ଭବପର ନହୁଏ, ତେବେ ପଏଂଟ ଆଧାରରେ ଗୁଜରାଟକୁ ବିଜେତା ଘୋଷିତ କରାଯିବ । ଏନେଇ ଦୁଇ ଦଳର କୋଚଙ୍କ ସହ ଅମ୍ପୟାରମାନେ କଥା ହୋଇଥିବା ସୂଚନା ମଳିଛି ।

    Maximum 500 characters

    ଖେଳ ଖବର View all

    Find Us on Facebook