Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଲକ୍ଷ୍ନୌକୁ ହରାଇ କ୍ବାଲିଫାୟର-୨ରେ ମୁମ୍ବଇ

    Share on :
    ajab-Image
    Date: May 25, 2023    Views: 3900

    ଚେନ୍ନଇ: ପେସ୍ ବୋଲର ଆକାଶ ମଢ଼ୱାଲଙ୍କ ୫ ୱିକେଟ ଦଖଲ ବଳରେ ଚଳିତ ଆଇପିଏଲ୍‌ର କ୍ବାଲିଫାୟର-୨ରେ ପହଞ୍ଚିଛି ୫ ଥର ଚମ୍ପିଆନ୍‌ ମୁମ୍ବଇ ଇଣ୍ଡିଆନ୍‌ସ। ବୁଧବାର ଏଲିମିନେଟର ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ୮୧ ରନ୍‌ରେ ମୁମ୍ବଇ ପରାସ୍ତ କରିଛି। କାମେରନ୍ ଗ୍ରୀନ୍‌ଙ୍କ ୪୧ ଓ ସୂର୍ୟ୍ୟକୁମାର ଯାଦବଙ୍କ ଦ୍ରୁତ ୩୩ ରନ୍‌ ସହ କିଛି ଉପଯୋଗୀ ଯୋଗଦାନ ବଳ​‌େ​‌ର ପ୍ରଥମେ ବ୍ୟାଟିଂକରି ମୁମ୍ବଇ ଇଣ୍ଡିଆନ୍‌ସ ୮ ୱିକେଟରେ ୧୮୨ ରନ୍‌ କରିଥିଲା। ପରେ ମାର୍କସ ଷ୍ଟଇନିସ୍‌ଙ୍କୁ ଛାଡ଼ି ଅନ୍ୟ ବ୍ୟାଟ୍‌ସମ୍ୟାନ ବିଫଳ ହେବାରୁ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ୧୬.୩ ଓଭରରେ ୧୦୧ ରନ୍‌କରି ଅଲ୍‌ଆଉଟ୍‌ ହୋଇଥିଲା। ମଢ଼ୱାଲ ମାତ୍ର ୫ ରନ୍‌ ଦେଇ ୫ଟି ୱିକେଟ ନେଇ ଲକ୍ଷ୍ନୌର ବ୍ୟାଟିଂ ବିପର୍ୟ୍ୟୟ ଘଟାଇଥିଲେ। ୩ ବର୍ଷ ପରେ ପ୍ଲେଅଫ୍‌ରେ ପହଞ୍ଚିଥିବା ଏବଂ ଗତବର୍ଷ ଅନ୍ତିମ ସ୍ଥାନରେ ରହିଥିବା ମୁମ୍ବଇ ଶୁକ୍ରବାର ଗତବର୍ଷର ଚମ୍ପିଆନ୍ ଗୁଜରାଟ ଟାଇଟାନ୍‌ସ ବିପକ୍ଷରେ କ୍ବାଲିଫାୟର-୨ ଖେଳିବ। ଏହି ମ୍ୟାଚ୍‌ର ବିଜେତା ଚେନ୍ନଇ ସୁପର କିଙ୍ଗ୍‌ସ ବିପକ୍ଷରେ ରବିବାର ଫାଇନାଲ ଖେଳିବ। କ୍ରମାଗତ ୨ୟ ସଂସ୍କରଣରେ ଲକ୍ଷ୍ନୌ ଏଲିମିନେଟରରେ ହାରି ବିଦାୟ ନେଇଛି।
    ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ବିପର୍ୟ୍ୟୟ ସହ ୧୮୩ ରନ୍‌ ଲକ୍ଷ୍ୟର ପିଛା ଆରମ୍ଭ କରିଥିଲା। ମୁମ୍ବଇ ଇଣ୍ଡିଆନ୍‌ସ ଟସ୍ ଜିତି ବ୍ୟାଟିଂ କରିଥିଲା। 

    Maximum 500 characters

    ଖେଳ ଖବର View all

    Find Us on Facebook