Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ୍‌: କ୍ବାଲିଫାୟର-୧ରେ ଚେନ୍ନଇ ସୁପର କିଙ୍ଗ୍‌ସ୍‌

    Share on :
    ajab-Image
    Date: May 21, 2023    Views: 3442

    ନୂଆଦିଲ୍ଲୀ: ଗୁଜରାଟ ଟାଇଟାନ୍‌ସ ପରେ ଚଳିତ ଆଇପିଏଲ୍‌ ସଂସ୍କରଣରେ ୨ୟ ଦଳ ଭାବେ କେବଳ ପ୍ଲେଅଫ୍‌ ନୁହେଁ; ସିଧାସଳଖ କ୍ବାଲିଫାୟର-୧ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଛି ଚେନ୍ନଇ ସୁପର କିଙ୍ଗ୍‌ସ୍‌ (ସିଏସ୍‌କେ)। ମଙ୍ଗଳବାର ଚେନ୍ନଇରେ ସିଏସ୍‌କେ-ଗୁଜରାଟ କ୍ବାଲିଫାୟର-୧ ମ୍ୟାଚ୍‌ ଖେଳାଯିବ। ଏହାର ବିଜେତା ଫାଇନାଲରେ ପହଞ୍ଚିବ। ଡେଭନ୍‌ କନ୍‌ୱେ ଓ ଋତୁରାଜ ଗାଏକ୍‌ୱାଡ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଶନିବାର ଅପରାହ୍‌ଣ ମ୍ୟାଚ୍‌ରେ ସିଏସ୍‌କେ ବିଶାଳ ବିଜୟ ହାସଲ କରିଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍‌ସକୁ ୭୭ ରନ୍‌ର ବଡ଼ ବ୍ୟବଧାନରେ ସିଏସ୍‌କେ ପରାସ୍ତ କରିଛି। ଫଳରେ ସିଏସ୍‌କେର ନେଟ୍‌ ରନ୍‌ରେଟ୍‌ରେ ଉନ୍ନତି ଘଟିବା ଦ୍ବାରା ଏହା ପ୍ରଥମ ୨ଟି ଦଳଙ୍କ ମଧ୍ୟରେ ରହିବା ନିଶ୍ଚିତ କରିବା ସହ ସିଧାସଳଖ କ୍ବାଲିଫାୟର-୧ରେ ପହଞ୍ଚିଛି। ଉଭୟ ଦଳଙ୍କର ଏହି ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ କନ୍‌‌ୱେ ଓ ଋତୁରାଜଙ୍କ ମଧ୍ୟରେ ୧୪୧ ରନ୍‌ର ଓପ୍‌ନିଂ ଭାଗିଦାରୀ ହୋଇଥିଲା। ଫଳରେ ପ୍ରଥମେ ବ୍ୟାଟିଂକରି ଚେନ୍ନଇ ୩ ୱିକେଟରେ ୨୨୩ ରନ୍‌ କରିଥିଲା। ପରେ ଡେଭିଡ୍ ୱାର୍ଣ୍ଣରଙ୍କୁ ଛାଡ଼ି ଦିଲ୍ଲୀର ସମସ୍ତ ବ୍ୟାଟ୍‌ସମ୍ୟାନ୍ ବିଫଳ ହେବାରୁ ଏହା ୯ ୱିକେଟରେ ୧୪୬ ରନ୍‌ କରି ପାରିଥିଲା। ୧୪ଟି ମ୍ୟାଚ୍‌ରୁ ୮ଟି ଜିତି ଚେନ୍ନଇ ୧୭ ପଏଣ୍ଟରେ ରହିଛି। ଦିଲ୍ଲୀ ୧୪ଶ ମ୍ୟାଚ୍‌ରେ ୯ମ ପରାଜୟ ପରେ ୯ମ ସ୍ଥାନରେ ରହିଛି। ଅବଶ୍ୟ ରବିବାର ସନ୍‌ରାଇଜର୍ସ ହାଇଦରାବାଦ ଜିତିଲେ ଏହା ଶେଷସ୍ଥାନକୁ ଖସିଆସିବ।
    ଏହି ଶୁଖିଲା ପିଚ୍‌ରେ ୨୨୪ ରନ୍‌ର ପିଛାକରିବା ଦିଲ୍ଲୀ କ୍ୟାପିଟାଲ୍‌ସ ପାଇଁ ସହଜ ନଥିଲା। ଅଧିନାୟକ ଡେଭିଡ୍‌ ୱାର୍ଣ୍ଣର ଗୋଟିଏ ପଟେ ଛିଡ଼ା ହୋଇଥିବା ବେଳେ ଅନ୍ୟ ପଟୁ ୱିକେଟ ପଡ଼ି ଚାଲିଥିଲା। ଇନିଂସର କୌଣସି ସମୟ​‌େ​‌ର ଲାଗିନଥିଲା ଯେ ଦିଲ୍ଲୀ ବିଜୟଲକ୍ଷ୍ୟରେ ପହଞ୍ଚି ପାରିଥିଲା। 

    Maximum 500 characters

    ଖେଳ ଖବର View all

    Find Us on Facebook