Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ୍‌: ଆଜି ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ମୁକାବିଲା

    Share on :
    ajab-Image
    Date: May 18, 2023    Views: 3767

    ହାଇଦ୍ରାବାଦ୍‌ : ଆଇପିଏଲ୍‌ ୨୦୨୩ । ଚଳିତ ସିଜିନ୍‌ର ୬୫ ତମ ମୁକାବିଲାରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ମଧ୍ୟରେ ଖେଳାଯିବ। ପ୍ଲେ-ଅଫ ଦୌଡରୁ ସନରାଇଜର୍ସ ବାଦ ପଡ଼ିସାରିଛି । ତେଣୁ ଏହି ଘରୋଇ ଦଳ ପାଇଁ କୌଣସି ଗୁରୁତ୍ୱ ରଖୁନାହିଁ । ମାତ୍ର ରୟାଲ୍‌ ଚ୍ୟାଲେଞ୍ଜର୍ସ ପାଇଁ ବିଜୟ ଜରୁରି । ପ୍ଲେ-ଅଫ୍‌ରେ ପ୍ରବେଶ କରିବାକୁ ହେଲେ ରୟାଲ ଚ୍ୟାଲେଞ୍ଜର୍ସକୁ ଶେଷ ୨ଟି ଯାକ ମ୍ୟାଚ୍‌ ଜିତିବାକୁ ପଡ଼ିବ ।

    ଗୁରୁବାର ଘରୋଇ ସମର୍ଥକଙ୍କ ଗହଣରେ ଖେଳିବାକୁ ଯାଉଥିବାରୁ ସନରାଇଜର୍ସର ପଲା ଭାରି ରହିବା ସ୍ୱାଭାବିକ । ପୂର୍ବ ରେକର୍ଡ ମଧ୍ୟ ସନରାଇଜର୍ସ ପକ୍ଷରେ ରହିଛି । ଉଭୟ ଦଳ ଇତି ମଧ୍ୟରେ ପରସ୍ପରକୁ ୨୨ ଥର ଭେଟି ସାରିଛନ୍ତି । ଏଥିରୁ ସନରାଇଜର୍ସ ୧୨ଟି ମ୍ୟାଚ୍‌ ଜିତିଥିବା ବେଳେ ରୟାଲ ଚ୍ୟାଲେଞ୍ଜର୍ସ ୯ଟି ମ୍ୟାଚ୍‌ରେ ବିଜୟୀ ହୋଇଛି ।

    ଗତ ସିଜନରେ ଉଭୟ ଦଳ ପରସ୍ପରକୁ ୨ଥର ଭେଟିଥିଲେ ଓ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଥିଲେ । ଏଥର ପରିସ୍ଥିତି ସମ୍ପୂର୍ଣ୍ଣ ଭିନ୍ନ । ଚଳିତ ବର୍ଷ ସନରାଇଜର୍ସର ପ୍ରଦର୍ଶନ ନିମ୍ନ ମାନର ରହିଛି । ଅନେକ ମ୍ୟାଚ୍‌ରେ ସନରାଇଜର୍ସ ବିଜୟ ହାତଛଡ଼ା କରିଛି । ବ୍ୟାଟିଂ ବିଭାଗ ସମ୍ପୂର୍ଣ୍ଣ ବିଫଳ ହୋଇଛି । ଅନ୍ୟ ପଟରେ ରୟାଲ୍‌ ଚ୍ୟାଲେଞ୍ଜର୍ସର ୩ ମହାରଥୀ ବିରାଟ କୋହଲି, ଫାଫ ଡୁ ପ୍ଲେସିସ୍‌ ଓ ଗ୍ଲେନ ମ୍ୟାକ୍ସୱେଲ୍‌ ଚମତ୍କାର ଫର୍ମରେ ରହିଛନ୍ତି । ବୋଲିଂ ବିଭାଗ ମଧ୍ୟ ଶୃଙ୍ଖଳିତ ପ୍ରଦର୍ଶନ କରୁଛି । ତେଣୁ ସନରାଇଜର୍ସ ବିପକ୍ଷରେ ରୟାଲ୍‌ ଚ୍ୟାଲେଞ୍ଜର୍ସ ଆଧିପତ୍ୟ ଜାହିର କରିବାର କ୍ଷମତା ରଖିଛି । ପୂର୍ବ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସକୁ ୧୧୨ ରନ୍‌ରେ ହରାଇବା ପରେ ଦଳର ମନୋବଳ ଦୃଢ ରହିଛି ।

    ଗୁରୁବାର ରୟାଲ୍‌ ଚ୍ୟାଲେଞ୍ଜର୍ସର ବ୍ୟାଟର ଓ ସନରାଇଜର୍ସର ପେସ୍‌ ବୋଲରଙ୍କ ମଧ୍ୟରେ କଡ଼ା ମୁକାବିଲା ହେବ । ଭୁବନେଶ୍ୱର କୁମାର, ଟି ନଟରାଜନ ଓ ମାର୍କୋ ଜାନସେନ ଘାତକ ସାବ୍ୟସ୍ତ ହୋଇପାରନ୍ତି । ହାଇଦ୍ରାବାଦର ଉତ୍ତପ୍ତ ଜଳବାୟୁ ଚିନ୍ତାଜନକ ହେବ । ତଥାପି ରାତ୍ରିରେ କାକର ପଡ଼ିବା ଆଶା କରାଯାଉଛି । ତେଣୁ ଟସ୍‌ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

    Maximum 500 characters

    ଖେଳ ଖବର View all

    Find Us on Facebook