ମୁଖ୍ୟ ଖବର
ନୂଆଦିଲ୍ଲୀ: ଚଳିତ ଆଇପିଏଲ୍ର ୬୦ତମ ଲିଗ୍ ମୁକାବିଲାରେ ମୁହାଁମୁହିଁ ହେବେ ଘରୋଇ ରାଜସ୍ଥାନ ରୟାଲ୍ସ ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ମ୍ୟାଚ ରାଜସ୍ଥାନ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇପାରେ କାରଣ ଏହି ବିଜୟ ସହ ପଏଣ୍ଟ ତାଲିକାର ତୃତୀୟକୁ ଉଠିବାକୁ ଦଳ ପାଇଁ ସୁଯୋଗ ରହିଛି । ସେପଟେ ରୟାଲ୍ ଚ୍ୟାଲେଞ୍ଜର୍ସ ପାଇଁ ବିଜୟ ମଧ୍ୟ ଜରୁରୀ ହୋଇପଡ଼ିଛି । ରବିବାର ମ୍ୟାଚ୍ ଜିତିଲେ ମଧ୍ୟ ରୟାଲ୍ ଚ୍ୟାଲେଞ୍ଜର୍ସ ପଏଣ୍ଟ ତାଲିକାର ପ୍ରଥମ ୪ଜଣଙ୍କ ମଧ୍ୟରେ ପହଞ୍ଚି ପାରିବ ନାହିଁ । ବର୍ତ୍ତମାନ ଆରସିବି ଦଳକୁ ଶେଷ ୩ଟି ଯାକ ମ୍ୟାଚ୍ ଜିତିବାକୁ ପଡ଼ିବ ।
ଉଭୟ ଦଳ ଗତ ୨୩ ତାରିଖରେ ପରସ୍ପରକୁ ଭେଟିଥିଲେ । ରୟାଲ୍ ଚ୍ୟାଲେଞ୍ଜର୍ସ ୭ ରନ୍ରେ ଉକ୍ତ ମ୍ୟାଚ୍ ଜିତିଥିଲା । ଏଥର ରାଜସ୍ଥାନ ରୟାଲ୍ସ ପ୍ରତିଶୋଧ ନେବାକୁ ଅପେକ୍ଷା କରିଛି । ପୂର୍ବ ରେକର୍ଡକୁ ଦେଖିଲେ ରୟାଲ୍ ଚ୍ୟାଲେଞ୍ଜର୍ସର ପଲା ଭାରି ରହିବ । ଉଭୟ ଦଳ ମଧ୍ୟରେ ମୋଟ୍ ୨୯ଟି ମ୍ୟାଚ୍ ଖେଳାଯାଇଛି । ଏଥିରୁ ରୟାଲ୍ ଚ୍ୟାଲେଞ୍ଜର୍ସ ୧୪ଟି ମ୍ୟାଚ୍ ଜିତିଥିବାବେଳେ ରାଜସ୍ଥାନ ରୟାଲ୍ସ ୧୨ଟି ମ୍ୟାଚ୍ରେ ବିଜୟୀ ହୋଇଛି । ୩ଟି ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇଥିଲା । ରବିବାର ମହମ୍ମଦ ସିରାଜ ଓ ଜୈସ୍ୱାଲଙ୍କ ମଧ୍ୟରେ ଏକ ଲଢେଇ ଦେଖିବାକୁ ମିଳିବ।
Comments ସମସ୍ତ ମତାମତ