Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ: ଆଜି କୋଲକାତା-ପଞ୍ଜାବ ଟକ୍କର

    Share on :
    ajab-Image
    Date: May 8, 2023    Views: 3696

    କୋଲକାତା: ଆଇପିଏଲ ୨୦୨୩ରେ ସୋମବାର ଖେଳାଯିବ ୫୩ତମ ମ୍ୟାଚ୍ । ଇଡେନ୍ ଗାର୍ଡେନରେ କୋଲକାତା ନାଇଟ୍ ରାଇଡର୍ସ ଓ ପଞ୍ଜାବ କିଙ୍ଗସ ମୁହାଁମୁହିଁ ହେବେ । ଏହି ମ୍ୟାଚ୍‌ ନାଇଟ୍‌ ରାଇଡର୍ସ ପାଇଁ ‘କର ବା ମର’ ସଦୃଶ । ଆଜି ମ୍ୟାଚରେ ଦଳ ପରାଜୟ ହେଲେ ପ୍ଲେ-ଅଫ୍‌ ଆଶା ମଉଳି ଯିବ । ଆଜିର ମୁକାବିଲା ଘରୋଇ ଗ୍ରାଇଣ୍ଡରେ ଖେଳାଯାଉଥିବାରୁ କୋଲକାତା ପାଇଁ ବିଜୟ ଆଶା ଅଧିକ ରହିଛି । ଅନ୍ୟପଟେ ପଞ୍ଜାବ କିଙ୍ଗ୍‌ସ ପଏଣ୍ଟ ତାଲିକାର ଉପରକୁ ଉଠିବାକୁ ଚେଷ୍ଟା କରିବ । ତେଣୁ ଉଭୟ ଦଳ ପାଇଁ ଏହି ମ୍ୟାଚ୍ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରେମୀ ।
    ଗତ ଏପ୍ରିଲ୍‌ ୧ ତାରିଖରେ ଉଭୟ ଦଳ ଚଳିତ ଆଇପିଏଲରେ ପ୍ରଥମ ଥର ମୁହାଁମୁହିଁ ହୋଇଥିଲେ । ଏହି ମ୍ୟାଚରେ ପଞ୍ଜାବ କିଙ୍ଗ୍‌ସ ଡି/ଏଲ୍‌ ନିୟମରେ ୭ରନ୍‌ରେ ବିଜୟୀ ହୋଇଥିଲା । ଦଳ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ ଲକ୍ଷ୍ୟ ରଖିଥିବା ବେଳେ ନାଇଟ୍‌ ରାଇଡର୍ସ ଘରୋଇ ଗ୍ରାଉଣ୍ଡରେ ପ୍ରତିଶୋଧ ନେବାକୁ ପ୍ରସ୍ତୁତ ରହିଛି । ନାଇଟ୍‌ ରାଇଡର୍ସ ୧୦ଟି ମ୍ୟାଚ୍‌ରୁ ୪ ବିଜୟ ସହ ୮ ପଏଣ୍ଟ ପାଇ ଅଷ୍ଟମ ସ୍ଥାନରେ ରହିଛି । ସେପଟେ ପଞ୍ଜାବ କିଙ୍ଗ୍‌ସ ୧୦ଟିରୁ ୫ଟି ମ୍ୟାଚ୍‌ ଜିତି ୧୦ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି । 

    Maximum 500 characters

    ଖେଳ ଖବର View all

    Find Us on Facebook