Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ: ଆଜି ଗୁଜରାଟ ଟାଇଟାନ୍‌ସ-ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ଲଢ଼େଇ

    Share on :
    ajab-Image
    Date: May 7, 2023    Views: 3457

    ଅହମ୍ମଦାବାଦ୍‌: ଚଳିତ ଆଇପିଏଲର ରବିବାର ଅହମ୍ମଦାବାଦର ମୋଟେରାସ୍ଥ ନରେନ୍ଦ୍ର ମୋଦି ଷ୍ଟାଡ଼ିୟମରେ ୫୧ତମ ମ୍ୟାଚ ଗୁଜରାଟ ଟାଇଟାନ୍‌ସ ଓ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସ ମଧ୍ୟରେ ଖେଳାଯିବ। ଉକ୍ତ ମ୍ୟାଚ ମୁଖ୍ୟତଃ ଦୁଇ ଭାଇ ହାର୍ଦିକ ପାଣ୍ଡ୍ୟା ଓ କ୍ରୁନାଲ ପାଣ୍ଡ୍ୟାଙ୍କ ମଧ୍ୟରେ ଲଢେଇ ହେବ। ଯାହାକୁ ନେଇ ଚର୍ଚ୍ଚା ସୃଷ୍ଟି ହୋଇଛି। ହାର୍ଦିକ ଗୁଜରାଟ ଓ କ୍ରୁନାଲ ଲକ୍ଷ୍ନୌ ସୁପରଜ୍ୟାଣ୍ଟ୍‌ସର ଅଧିନାୟକ ରହିଛନ୍ତି। ଗୁଜରାଟ ଉକ୍ତ ମ୍ୟାଚକୁ ଜିତି ପ୍ଳେ ଅପ୍‌ ନିଶ୍ଚିତ କରିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ଲକ୍ଷ୍ନୌ ବିଜୟଧାରାକୁ ଫେରିବା ନେଇ ମଧ୍ୟ ଆଶା ରଖିଛି।
    ଗୁଜରାଟ ୧୦ଟି ମ୍ୟାଚରୁ ୭ଟି ବିଜୟ ଓ ୩ଟି ପରାଜୟ ସହ ୧୪ ପଏଣ୍ଟ ପାଇ ଟେବୁଲର ଶୀର୍ଷ ସ୍ଥାନରେ ରହିବା ସହ ପ୍ଲେ ଅଫର ନିକଟତର ହୋଇଛି। ଦଳ ଶେଷ ମ୍ୟାଚରେ ରାଜସ୍ଥାନ ରୟାଲ୍‌ସକୁ ସହଜରେ ୯ ୱିକେଟରେ ପରାସ୍ତ କରିଥିଲା। ବ୍ୟାଟିଂରେ ଶୁବମାନ ଗିଲ ଚମତ୍କାର ଫର୍ମରେ ରହିଥିବାବେଳେ ହାର୍ଦିକ ପାଣ୍ଡ୍ୟା, ଡେଭିଡ୍‌ ମିଲର, ବିଜୟ ଶଙ୍କର, ରିଦ୍ଧିମାନ ସାହ, ଅଭିନବ ମନୋହର ମଧ୍ୟ ରନ କରୁଛନ୍ତି। ରାହୁଲ ତିୱାତିଆ ମ୍ୟାଚ ଫିନିସର ଦାୟିତ୍ବ ତୁଲାଉଛନ୍ତି। ବୋଲିଂରେ ମହମ୍ମଦ ସାମି ଓ ରସିଦ ଖାନ ଦଳର ମୁଖ୍ୟ ଅସ୍ତ୍ର। ସାମି ଓ ରସିଦ୍‌ ୧୮ଟି ଲେଖାଏଁ ୱିକେଟ ନେଇଛନ୍ତି। ପ୍ରାରମ୍ଭରୁ ସାମି ଓ ମଧ୍ୟକ୍ରମରେ ରସିଦ୍‌ ବିପକ୍ଷ ଦଳର ଚିନ୍ତା ପାଲଟିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ନୂର ଅହମ୍ମଦ ଓ ମୋହିତ ଶର୍ମା ମଧ୍ୟ ଭଲ ବୋଲିଂ କରୁଛନ୍ତି। ଜୋସ ଲିଟ୍‌ଲ ସ୍ବଦେଶ ଫେରିଯିବା ପରେ ତାଙ୍କ ସ୍ଥାନରେ ଆଲଜାରି ଜୋଶେଫ ଖେଳିବେ। ପ୍ରଥମ ଚରଣ ମ୍ୟାଚରେ ଗୁଜରାଟ ଟାଇଟାନ୍‌ସ ୭ରନରେ ବିଜୟୀ ହୋଇଥିଲା। ଦଳ ଉକ୍ତ ପ୍ରଦର୍ଶନକୁ ବଜାୟ ରଖିବାକୁ ଉଦ୍ୟମ କରିବ। ଅନ୍ୟପକ୍ଷରେ ନିୟମିତ ଅଧିନାୟକ ଲୋକେଶ ରାହୁଲ ଆହତ ହୋଇ ଚଳିତ ଆଇପିଏଲରୁ ବାଦ୍‌ ପଡିବା ପରେ କ୍ରୁନାଲ ପାଣ୍ଡ୍ୟାଙ୍କ ଉପରେ ଅଧିନାୟକ ଭାର ରହିଛି। ଲକ୍ଷ୍ନୌ ୧୦ଟି ମ୍ୟାଚରୁ ୫ଟି ବିଜୟ, ୪ଟି ପରାଜୟ ଓ ଗୋଟିଏ ବାତିଲ ସହ ୧୧ ପଏଣ୍ଟ ପାଇଛି। ଶେଷ ମ୍ୟାଚ ଚେନ୍ନଇ ସୁପରକିଙ୍ଗ୍‌ସ ସହ ବର୍ଷା ପାଇଁ ବାତିଲ ହୋଇଯାଇଥିବାରୁ ୧ ପଏଣ୍ଟ ପାଇଥିଲା। ବ୍ୟାଟିଂରେ ଦଳ ସାମାନ୍ୟ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି। ରାହୁଲଙ୍କ ସ୍ଥାନରେ କରୁଣ ନାୟର ଓପନିଂ କରିବାର ସମ୍ଭାବନା ଥିବାବେଳେ କ୍ବିଣ୍ଟନ ଡିକକ୍‌ ଇମ୍ପାକ୍ଟ ଖେଳାଳି ଭାବେ ଖେଳିପାରନ୍ତି। ଅନ୍ୟମାନଙ୍କ ମଧ୍ୟରେ କାଏଲ ମେୟର୍ସ, ମାର୍କୋସ ଷ୍ଟୋଇନିସ, କ୍ରୁନାଲ ପାଣ୍ଡ୍ୟା,ନିକୋଲାସ ପୁରନଙ୍କ ଉପରେ ବ୍ୟାଟିଂ ଭାର ନିର୍ଭର କରୁଛି। ଶେଷ କିଛି ମ୍ୟାଚରେ ବ୍ୟାଟିଂ ବିଫଳତା ଦଳ ପାଇଁ ଚିନ୍ତାର ବିଷୟ ହୋଇଛି। ବୋଲିଂରେ ଅଭେଶ ଖାନ, ୟଶ ଠାକୁର, କ୍ରିଷ୍ଣପା ଗୌତମ, ଅମିତ ମିଶ୍ରା, ନବୀନ ଉଲ୍‌ ହକ୍‌ ପ୍ରମୁଖ ରହିଛନ୍ତି। ଦଳକୁ ଗୁଜରାଟ ବିପକ୍ଷରେ ଜିତିବାକୁ ହେଲେ ବ୍ୟାଟିଂ ବିଭାଗକୁ ସୁଧାରିବାକୁ ପଡିବ।

    Maximum 500 characters

    ଖେଳ ଖବର View all

    Find Us on Facebook