Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ମୁହାଁମୁହିଁ ହେବେ କୋଲକାତା-ହାଇଦ୍ରାବାଦ

    Share on :
    ajab-Image
    Date: May 14, 2022    Views: 4098

    ମୁମ୍ବାଇ: ଆଇପିଏଲର ୬୧ତମ ମ୍ୟାଚରେ ମୁହାଁମୁହିଁ ହେବେ କୋଲକାତା ନାଇଟ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ । ପ୍ଲେ-ଅଫରେ ପ୍ରବେଶ କରିବା ପାଇଁ ଆଜି ଉଭୟ ଦଳ ମଧ୍ୟରେ ଜୋରଜାର ଲଢେଇ ଦେଖିବାକୁ ମିଳିବ । ବିଜୟୀ ହେବା ଲକ୍ଷ୍ୟରେ ଆଜି ପଡିଆକୁ ଓହ୍ଲାଇବେ ଦୁଇ ଟିମ୍ । ସନ୍ଧ୍ୟା ୭ଟା୩୦ ମିନିଟରେ ମୁମ୍ବାଇରେ ଏହି ମ୍ୟାଚ୍‌ ଖେଳାଯିବ ।

    କୋଲକାତା ଚଳିତ ସିଜିନରେ ଏପର୍ୟ୍ୟନ୍ତ ୧୨ଟି ମ୍ୟାଚ ଖେଳି ୧୦ ପଏଣ୍ଟ ସହ ୮ନମ୍ବର ସ୍ଥାନରେ ରହିଛି । ତେଣୁ ପ୍ଲେ-ଅଫ ଟିକେଟ ହାତେଇବାକୁ ପାଇଁ ଆଜିର ମ୍ୟାଚ୍‌ କୋଲକାତା ନାଇଟ ରାଇଡର୍ସପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ଅନ୍ୟପଟେ ସନରାଇଜର୍ସ ହାଇଦ୍ରାବାଦ ୧୧ଟି ମ୍ୟାଚ ଖେଳି ୧୦ ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି । ପୂର୍ବରୁ ଲଗାତାର ଭାବେ ୪ଟି ମ୍ୟାଚ ଦଳ ହାରିଥିବା ବେଳେ ଆଜି ବିଜୟ ଧାରାକୁ ଫେରିବାରୁ ପ୍ରସ୍ତୁତ ହୋଇଛି । ଯଦି ଆଜିର ମ୍ୟାଚ ଦଳ ହାରିଯାଏ ତେବେ ପ୍ଲେ ଅଫର ଆଶା ମଉଳିବାର ସମ୍ଭାବନା ମଧ୍ୟ ରହିଛି । ଆଇପିଏଲରେ ଆଜି ଏକ ହାଇଭୋଲଟେଜ ମ୍ୟାଚ ଦେଖିବାକୁ ମିଳିବ ।

    Maximum 500 characters

    ଖେଳ ଖବର View all

    Find Us on Facebook