Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଇପିଏଲ: ଆଜି କୋଲକାତା ନାଇଟ୍‌ ରାଇଡର୍ସ -ରାଜସ୍ଥାନ ରୟାଲ୍ସ ଟକ୍କର

    Share on :
    ajab-Image
    Date: May 2, 2022    Views: 5142

    ମୁମ୍ବାଇ: ଚଳିତ ଇଣ୍ଡିଆନ ପ୍ରିମିୟର ଲିଗର ୪୭ତମ ମ୍ୟାଚ୍‌ କୋଲକାତା ନାଇଟ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯିବ । ମୁମ୍ବାଇର ଐତିହାସିକ ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯିବ ମ୍ୟାଚ୍‌ । 

    ଆଜିର ମ୍ୟାଚ୍‌ ଉଭୟ ଟିମ ପାଇଁ ବେଶ୍‌ ଗୁରୁତ୍ବପୂର୍ଣ୍ଣ ରହିଛି । ଟୁର୍ଣ୍ଣାମେଣ୍ଟର ଲିଗ୍‌ ପର୍ୟ୍ୟାୟ ଶେଷ ପର୍ୟ୍ୟାୟରେ ଥିବାବେଳେ ଶୀର୍ଷ ୪ ଟିମ ମଧ୍ୟରେ ରହି ପ୍ଲେ-ଅଫ୍‌ ଖେଳିବାକୁ ଲଢେଇ ଆରମ୍ଭ ହୋଇସାରିଛି । ଏପରି ସ୍ଥିତିରେ ଏହି ମ୍ୟାଚ୍‌କୁ ଜିତି ବିଜୟ ଟ୍ରାକ୍‌କୁ ଫେରିବା ଲକ୍ଷ୍ୟ ରଖିଛି କୋଲକାତା । ଅନ୍ୟପଟେ ରାଜସ୍ଥାନ ରୟାଲ୍ସ ଏହି ମ୍ୟାଚ୍ ଜିତି ପଏଣ୍ଟ ଟେବୁଲର ଶୀର୍ଷ ୨ ସ୍ଥାନ ମଧ୍ୟରେ ରହିବାକୁ ଚେଷ୍ଟା କରିବ । ଉଭୟ ଦଳ ନିଜର ପୂର୍ବ ମ୍ୟାଚ୍‌ରେ ପରାଜିତ ହୋଇଥିବାରୁ ଏହି ମୁକାବିଲା ବେଶ୍ ରୋମାଞ୍ଚକର ହେବ ବୋଲି ଆଶା କରାଯାଉଛି । ଆଇପିଏଲ ୨୦୨୨ରେ ଦମଦାର ଆରମ୍ଭ କରିଥିବା ରାଜସ୍ଥାନ ଗତ ମ୍ୟାଚ୍‌ରେ ପରାଜିତ ହୋଇଥିଲା । ରାଜସ୍ଥାନର ସବୁ ଖେଳାଳି ଭଲ ଫର୍ମରେ ଅଛନ୍ତି । 

    ଅନ୍ୟପଟେ କୋଲକାତା ନାଇଟ୍ ରାଇଡର୍ସ ଗତ ମ୍ୟାଚ୍‌ରେ ଦୁର୍ବଳ ବୋଲିଂ କରିଥିଲା । ବରୁଣ ଚକ୍ରବର୍ତ୍ତୀଙ୍କ ପାଇଁ ଏହି ସଂସ୍କରଣ ଏଯାବତ ନିରାଶଜନକ ରହିଛି । ଗତ ସିଜିନରେ କେକେଆର ପାଇଁ ଧମାଲ କରିଥିବା ଭେଙ୍କଟେଶ ଆୟର ମଧ୍ୟ ଫର୍ମରେ ନାହାନ୍ତି । ମୋଟାମୋଟି ଆଜିର ମ୍ୟାଚ୍ କେକେଆର ପାଇଁ ପରୀକ୍ଷା ସଦୃଶ ହେବ । ଦଳ ଏହି ମୁକାବିଲା ଜିତି ପଏଣ୍ଟ ଟେବୁଲରେ ଉପରକୁ ଉଠିବାକୁ ଚେଷ୍ଟା କରିବ । ଏଯାଏଁ ଦଳ ୯ଟି ମ୍ୟାଚ୍‌ ଖେଳି ୩ଟି ଜିତିଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook