ଚେନ୍ନାଇ : ଚାଲିଛି ଆଇପିଏଲ ମହାକୁମ୍ଭ । ଚଳିତ ଆଇପିଏଲରେ ଚେନ୍ନାଇର ପ୍ରଦର୍ଶନ ଭଲ ନାହିଁ । ଶନିବାର ଜାଜେଡା ଚେନ୍ନାଇର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଏହାପରେ ରବିବାର ଧୋନୀଙ୍କ ନେତୃତ୍ୱରେ ଦଳ ବିଜୟୀ ହୋଇଛି । ମହେନ୍ଦ୍ର ସିଂହ ଧୋନୀ ଦ୍ୱିତୀୟ ଥର ପାଇଁ ଦଳର ନେତୃତ୍ୱ ନେଇଛନ୍ତି ।
ଚଳିତ ସିଜିନରେ ମୋଟ୍ ୯ଟି ମ୍ୟାଚ ଖେଳି ଦଳ ତୃତୀୟ ବିଜୟ ହାସଲ କରିଛି । ଏବେ ପୂର୍ବଭଳି ଦଳ ଫର୍ମକୁ ଫେରିବ ବୋଲି କୁହାଯାଉଛି । ଗତକାଲି ପୁଣେରେ ହାଇଦ୍ରାବାଦ ବିପକ୍ଷରେ ମ୍ୟାଚ ହୋଇଥିଲା । ଏହି ମ୍ୟାଚରେ ହାଇଦ୍ରାବାଦକୁ ୧୩ ରନରେ ପରାସ୍ତ କରିଛି ଚେନ୍ନାଇ । ହାଇଦ୍ରାବାଦ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲା ।
ଚେନ୍ନାଇ ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ଆଗରେ ୨୦୩ ରନର ଟାର୍ଗେଟ ଦେଇଥିଲା । କିନ୍ତୁ ହାଇଦ୍ରାବାଦ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ ହରାଇ ୧୮୯ ରନ୍ କରିବାରେ ସଫଳ ହୋଇଥିଲା । ଦଳ ଜିତିବା ପରେ ଧୋନୀ କହିଛନ୍ତି, ଜାଡେଜା ଅଧିନାୟକ ଦାୟିତ୍ୱରେ ଥିବାରୁ ସେ ଭାରାକ୍ରାନ୍ତ ହେଉଥିଲେ । ତେଣୁ ସେ ଭଲ ଖେଳି ପାରୁନଥିଲେ । ଅଧିନାୟକ ଦାୟିତ୍ୱ ତୁଲାଇବା ବେଳେ ଅନେକ କିଛି ନିଷ୍ପତ୍ତି ନେବାକୁ ପଡେ । ଜାଡେଜା ଅଧିନାୟକ ଦାୟିତ୍ୱରେ ଥିବା ବେଳେ ସେ ଜାଡେଜାଙ୍କ ନିଷ୍ପତ୍ତିରେ ହସ୍ତକ୍ଷେପ କରିବାକୁ ଚାହୁଁନଥିଲେ । ଏପ୍ରିଲ ୩୦ରେ ଜାଜେଡା ଚେନ୍ନାଇର ଅଧିନାୟକ ପଦରୁ ଇସ୍ତଫା ଦେଇଥିଲେ । ଜାଡେଜାଙ୍କ ନେତୃତ୍ୱରେ ଚଳିତଥର ଚେନ୍ନାଇ ୮ଟି ମ୍ୟାଚ ଖେଳି ୨ଟିରେ ଜିତିଥିବା ବେଳେ ୬ଟିରେ ପରାସ୍ତ ହୋଇଥିଲା ।
Comments ସମସ୍ତ ମତାମତ