Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଇପିଏଲ: ଆଜି ପରସ୍ପରକୁ ଭେଟିବେ ଚେନ୍ନାଇ ସୁପରକିଙ୍ଗସ ଓ ପଞ୍ଜାବ କିଙ୍ଗସ

    Share on :
    ajab-Image
    Date: Apr 25, 2022    Views: 5259

    ମୁମ୍ବାଇ: ଆଜି ୩୮ ତମ ଲିଗ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗସ ଓ ପଞ୍ଜାବ କିଙ୍ଗସ ପରସ୍ପରକୁ ଭେଟିବେ । ୬ ପଏଣ୍ଟ ସହ ପଞ୍ଜାବ ଟେବୁଲର ଅଷ୍ଟମ ସ୍ଥାନରେ ଥିବାବେଳେ ଚେନ୍ନାଇ ୪ ପଏଣ୍ଟ ସହ ନବମ ସ୍ଥାନରେ ରହିଛି । ଆଜିର ମ୍ୟାଚ ଜରିଆରେ ଉଭୟ ଦଳ ପଏଣ୍ଟ ତାଲିକା ଉପରକୁ ଉଠିବାକୁ ପ୍ରୟାସ କରିବେ ।
    ଲିଗ ପର୍ୟ୍ୟାୟର ଅଷ୍ଟମ ଲିଗ ମ୍ୟାଚରେ ପଞ୍ଜାବ କିଙ୍ଗସ ଓ ଚେନ୍ନାଇ ସୁପରକିଙ୍ଗସ ସାମ୍ନାସାମ୍ନି ହୋଇଥିଲେ । ଉକ୍ତ ମ୍ୟାଚରେ ଚେନ୍ନାଇ ୫୪ରନରେ ପରାସ୍ତ ହୋଇଥିଲା । ଆଜିର ମ୍ୟାଚକୁ ଜିତି ପ୍ରତିଶୋଧ ନେବା ଲକ୍ଷ୍ୟରେ ରହିଛି ଚେନ୍ନାଇ । ଆଜିର ମ୍ୟାଚକୁ ଜିତିବାକୁ ଜାଡେଜାଙ୍କ ନେତୃତ୍ବଧୀନ ଚେନ୍ନାଇକୁ ଆଜି ସବୁ ବିଭାଗରେ ଭଲ ପ୍ରଦର୍ଶନ କରିବାକୁ ପଡିବ । ଶେଷ ମ୍ୟାଚରେ ସୁପରକିଙ୍ଗସ ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିଥିଲା ।ମୁମ୍ବାଇକୁ ହରାଇଥିଲେ ଚେନ୍ନାଇ । ଫିନିସର ମହେନ୍ଦ୍ର ସିଂଙ୍କ ଜବରଦସ୍ତ ଫିନିସ ପାଇଁ ଦଳ ବିଜୟୀ ହୋଇଥିଲା । ଏହି ବିଜୟ ପରେ ଦଳର ମନୋବଳ ବଢିଛି । ଆଜିର ମ୍ୟାଚକୁ ଜିତିବାକୁ ଦଳ କୌଣସି ସୁଯୋଗ ହାତଛଡା କରିବ ନାହିଁ । ଯଦି ଚେନ୍ନାଇ ଆଜିର ମ୍ୟାଚ ଜିତେ ତେବେ ଏହା ତାର ତୃତୀୟ ବିଜୟ ହେବ ।
    ସେପଟେ ପଞ୍ଜାବ କିଙ୍ଗସ ବି କିଛି କମରେ ନାହିଁ । ମୟଙ୍କ ଅଗ୍ରୱାଙ୍କ ନେତୃତ୍ବାଧୀନ ପଞ୍ଜାବ କିଙ୍ଗସ ସୁପରକିଙ୍ଗସ ବିପକ୍ଷରେ ଜୟଯାତ୍ରା ଜାରି ରଖିବାକୁ ଚେଷ୍ଟା କରିବ । ଆଜିର ମ୍ୟାଚରେ ଷ୍ଟାର ବ୍ୟାଟର ଲାଏମ ଲିଭିଙ୍ଗଷ୍ଟୋନଙ୍କ ଉପରେ ନଜର ରହିବ । ଆଜି ଓଡେନ ସ୍ମିଥ ଓ ଭାନୁକା ରାଜପାକସା ଏକାଦଶକୁ ଫେରିବାର ସମ୍ଭାବନା ଅଛି । ପଞ୍ଜାବ ବର୍ତ୍ତମାନ ସୁଦ୍ଧା ୭ଟି ମ୍ୟାଚ ଖେଳି ୩ଟିରେ ବିଜୟ ହୋଇଛି ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook