Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଆଇପିଏଲ୍‌: ଆଜି ପରସ୍ପରକୁ ଭେଟିବେ ବାଙ୍ଗାଲୋର ଓ ହାଇଦ୍ରାବାଦ

    Share on :
    ajab-Image
    Date: Apr 23, 2022    Views: 4596

    ମୁମ୍ବାଇ: ଚଳିତ ଆଇପିଏଲ୍‌ର ୩୬ତମ ଲିଗ୍‌ ମୁକାବିଲାରେ ଆଜି  ରୟାଲ୍‌ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନରାଇଜର୍ସ ହାଇଦ୍ରାବାଦ ପରସ୍ପରକୁ ଭେଟିବେ । ରୟାଲ୍‌ ଚ୍ୟାଲେଞ୍ଜର୍ସ ୭ଟି ମ୍ୟାଚ୍‌ରୁ ୫ ବିଜୟ ସହ ମୋଟ୍‌ ୧୦ ପଏଣ୍ଟ ହାସଲ କରିସାରିଛି । ଆଉ ଏକ ବିଜୟ ସହ ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନ ଦଖଲ କରିବାକୁ ଦଳ ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ସନରାଇଜର୍ସ ଏହି ମ୍ୟାଚ୍‌ ଜିତିଲେ ପଏଣ୍ଟ ତାଲିକାର ଚତୁର୍ଥ ସ୍ଥାନରେ ପହଞ୍ଚିଯିବ ।

    କ୍ରମାନ୍ୱୟରେ ୪ଟି ମ୍ୟାଚ୍‌ ଜିତିବା ପରେ ସନରାଇଜର୍ସର ମନୋବଳ ଦୃଢ ରହିଛି । ବୋଲିଂ ବାହିନୀ ଫର୍ମରେ ରହିଛନ୍ତି । ଦଳଗତ ବ୍ୟାଟିଂ ପ୍ରଦର୍ଶନ ବଳରେ ସନରାଇଜର୍ସର ବିଜୟ ସମ୍ଭବ ହୋଇଛି । କେବଳ କେନ ୱିଲିୟମସନଙ୍କ ବ୍ୟାଟ୍‌ରୁ ବଡ ଇନିଂସ ଦେଖିବାକୁ ସନରାଇଜର୍ସ ଫ୍ୟାନମାନେ ଅପେକ୍ଷା କରିଛନ୍ତି ।
    ରୟାଲ୍‌ ଚ୍ୟାଲେଞ୍ଜର୍ସ ବିଜୟ ଧାରା ଅବ୍ୟାହତ ରଖିଥିଲେ ହେଁ ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ବିରାଟ କୋହଲିଙ୍କ ଫର୍ମକୁ ନେଇ ଚିନ୍ତା ରହିଛି । ଆଜିର ମ୍ୟାଚ୍‌ରେ ତାଙ୍କ ବ୍ୟାଟ୍‌ରୁ ବଡ ଇନିଂସ ଦେଖିବାକୁ ଦର୍ଶକ ଆଶା ରଖିବେ । ମ୍ୟାଚ୍‌କୁ ନେଇ ପୂର୍ବାନୁମାନ କରିବା କଷ୍ଟକର । ଉଭୟ ଦଳ ମଧ୍ୟରେ ଅନୁଷ୍ଠିତ ଶେଷ ୫ଟି ମ୍ୟାଚ୍‌ରୁ ସନରାଇଜର୍ସ ୩ଟିରେ ବିଜୟୀ ହୋଇଛି । ଗତ ସିଜନରେ ଉଭୟ ଗୋଟିଏ ଲେଖାଏଁ ମ୍ୟାଚ୍‌ ଜିତିଥିଲେ । ଏଥର ରୟାଲ୍‌ ଚ୍ୟାଲେଞ୍ଜର୍ସର ପଲା ଭାରି ରହିବା ଆଶା କରାଯାଇପାରେ । ଫାଫ ଡୁ ପ୍ଲେସି ଓ ଦିନେଶ କାର୍ତ୍ତିକଙ୍କ ଫର୍ମ ଓ ପ୍ରଦର୍ଶନକୁ ଦେଖିଲେ ରୟାଲ ଚ୍ୟାଲେଞ୍ଜର୍ସ ଷଷ୍ଠ ବିଜୟ ହାସଲ କରିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇପାରିବ ନାହିଁ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook