Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ: ଆଜି ମୁମ୍ବାଇ-ପଞ୍ଜାବ ମୁକାବିଲା

    Share on :
    ajab-Image
    Date: Apr 13, 2022    Views: 4133

    ପୁଣେ: ଚଳିତ ଆଇପିଏଲରେ ଆଜି ୨୩ ତମ ମ୍ୟାଚରେ ଆଜି ମୁମ୍ବାଇ ଇଣ୍ଡିଆନ୍ସ ଓ ପଞ୍ଜାବ କିଙ୍ଗସ ପରସ୍ପରକୁ ଭେଟିବେ । ୫ ଥର ଚମ୍ପିଆନ ହୋଇଥିବା ମୁମ୍ବାଇ ଚଳିତ ସିଜିନରେ ଖାତା ଖୋଲିନାହିଁ । ଟାଇଟଲ ଦୌଡରୁ ଦଳକୁ ବାଦ ପଡିବାର ଆଶଙ୍କା ରହିଛି । ଆଜିର ମ୍ୟାଚ ଜିତି ବିଜୟ ଖାତା ଖୋଲିବାକୁ ଲକ୍ଷ୍ୟ ରଖିଛି ମୁମ୍ବାଇ । ସେହିପରି କିଙ୍ଗସ ୪ଟିରୁ ୨ଟି ମ୍ୟାଚ ଜିତିଛି । ଆଜି ତୃତୀୟ ବିଜୟ ପାଇଁ ସବୁ ଶକ୍ତି ଖଟାଇବ ଦଳ ।

    ଚଳିତ ସିଜିନରେ ମୁମ୍ବାଇର ପଦର୍ଶନ ନିରାଶଜନକ ରହିଛି । ଲଗାତାର ୪ଟି ମ୍ୟାଚ ହାରିଛି । ଦଳରେ ଦକ୍ଷ ଖେଳାଳି ରହିଛନ୍ତି ହେଲେ କେଉଁଠି ନା କେଉଁଠି ପ୍ରସ୍ତୁତିରେ ଅଭାବ ରହିଯାଉଛି । ପୂର୍ବ ପରାଜୟ ପୀଡାକୁ ଭୁଲି ଦଳକୁ ଆଜି ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ପଡିବ । ରୋହିତ ଶର୍ମାଙ୍କ ଉପରେ ନଜର ରହିବ ।
    ସେପଟେ ୪ଟି ମ୍ୟାଚରୁ ୨ଟି ଜିତି ପଏଣ୍ଟ ଟେବୁଲ ସପ୍ତମ ସ୍ଥାନରେ ରହିଛି ପଞ୍ଜାବ । ଆଜି ତୃତୀୟ ବିଜୟ ହାସଲ କରି ଟେବୁଲ ଉପରକୁ ଉଠିବାକୁ ଚେଷ୍ଟା କରିବ ଦଳ । ଦଳରେ ଦକ୍ଷ ଖେଳାଳିଙ୍କ ଅଭାବ ନାହିଁ । ବୋଲିଂ ବିଭାଗକୁ ନେଇ ଚିନ୍ତା ରହିଛି । ଉଭୟ ବିଭାଗରେ ସନ୍ତୁଳନ ରଖି ପ୍ରଦର୍ଶନ କଲେ ଦଳ ପାଇଁ ବିଜୟ ସହଜ ହେବ ।

    Maximum 500 characters

    ଖେଳ ଖବର View all

    Find Us on Facebook