Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ: ଆଜି ସନରାଇଜର୍ସ ବନାମ ଗୁଜୁରାଟ

    Share on :
    ajab-Image
    Date: Apr 11, 2022    Views: 4862

    ମୁମ୍ବାଇ: ଚଳିତ ଆଇପିଏଲରେ ଆଜି  ସନରାଇଜର୍ସ ହାଇଦ୍ରାବାଦ ଓ ଗୁଜୁରାଟ ଟାଇଟନ୍ସ ପରସ୍ପରକୁ ଭେଟିବେ । ସନରାଇଜର୍ସ ତାର ଦ୍ବିତୀୟ ବିଜୟ ଲକ୍ଷ୍ୟରେ ଥିବାବେଳେ ବିଜୟଧାରାକୁ ବଜାୟ ରଖିବାକୁ ଖେଳିବ ଗୁଜୁରାଟ । ଉଭୟ ଦଳ ଏନେଇ ଫୁଲ ପ୍ରସ୍ତୁତ କରିଛନ୍ତି ।ସନରାଇଜର୍ସ ହାଇଦ୍ରାବାଦ ପ୍ରଥମ ୨ଟି ମ୍ୟାଚ ହାରିଛି । ତୃତୀୟ ମ୍ୟାଚରେ ୪ଥର ଚମ୍ପିଆନ ଚେନ୍ନାଇକୁ ହରାଇ ପ୍ରଥମ ବିଜୟ ହାସଲ କରିଛି । ଆଜିର ମ୍ୟାଚ ଦଳ ପାଇଁ ଚ୍ୟାଲେଞ୍ଜପୂର୍ଣ୍ଣ ହେବ । ଦଳର ବୋଲିଂ ବିଭାଗ ସୃଦୁଢ ରହିଛି । ହେଲେ ବ୍ୟାଟିଂ ବିଭାଗ ଭଲ ନାହିଁ । ଆଜିର ମ୍ୟାଚକୁ ଜିତିବାକୁ ହେଲେ ଦଳକୁ ଉଭୟ ବିଭାଗରେ ସନ୍ତୁଳନ ରଖିବାକୁ ପଡିବ । କେନ ୱିଲିୟମସନ ଓ ଆକେନ ମାରକ୍ରଙ୍କଠୁ ବଡ ଇନିଂସ ଆଶା କରୁଛନ୍ତି କ୍ରିକେଟ ପ୍ରେମୀ ।
    ସେପଟେ ସମସ୍ତ ୩ଟି ମ୍ୟାଚ ଜିତି ଦୃଢ ମନୋବଳରେ ରହିଛି ଗୁଜୁରାଟ । ଶେଷ ମ୍ୟାଚରେ ପଞ୍ଜାବକୁ ହରାଇ ଟାଇଟନ୍ସ ଟାଇଟଲ ଦାବିଦାର ଦଳ ଭାବେ ଉଭା ହୋଇଛି । ନୂଆ ଦଳ ଭାବରେ ସାମିଲ ହୋଇଥିବା ଏହି ଦଳ ଭଲ ଫର୍ମରେ ରହିଛି । ଆଜିର ମ୍ୟାଚକୁ ଜିତି ବିଜୟଧାରା ଜାରି ରଖିବାକୁ ଉଦ୍ୟମ କରିବ ଗୁଜୁରାଟ । ଦଳଗତ ପ୍ରଦର୍ଶନ ଓ ଚମତ୍କାର ନେତୃତ୍ବ ପାଇଁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ପ୍ରଶଂସା କରାଯାଉଛି । ଆଜିର ମ୍ୟାଚରେ ରାସିଦ ଖାନଙ୍କ ଉପରେ ନଜର ରହିବ । ରାସିଦ ପୂର୍ବରୁ ସନରାଇଜର୍ସ ପକ୍ଷରୁ ଖେଳୁଥିଲେ ମାତ୍ର ଏଥର ବିପକ୍ଷରେ ଖେଳିବେ । ରସିଦଙ୍କ ସ୍ପିନର ମୁକାବିଲା କରିବାକୁ ସନରାଇଜର୍ସକୁ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିବାକୁ ହେବ ।

    Maximum 500 characters

    ଖେଳ ଖବର View all

    Find Us on Facebook