Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ ଫାଇନାଲରେ କେକେଆର୍

    Share on :
    ajab-Image
    Date: Oct 14, 2021    Views: 3675

    ଆଇପିଏଲ ଫାଇନାଲରେ କେକେଆର୍ । ବୁଧବାର ଦିଲ୍ଲୀ କ୍ୟାପିଟାଲକୁ ୩ ୱିକେଟରେ ହରାଇ କୋଲକାତା ନାଇଟ୍ ରାଇଡର୍ସ ଚଳିତ ଆଇପିଏଲର ଫାଇନାଲରେ ନିଜ ସ୍ଥାନ ପକ୍କା କରିଛି । ଏଥିସହିତ ଆଗାମୀ ଶୁକ୍ରବାର ଆଇପିଏଲ ଫାଇନାଲରେ ଚେନ୍ନାଇ ସୁପର କିଙ୍ଗସକୁ କୋଲାକାତା ନାଇଟ୍ ରାଇଡର୍ସ ଭେଟିବା ମଧ୍ୟ ସ୍ଥିର ହୋଇଛି ।
     ପ୍ରଥମେ ଟସ୍ ଜିତି କୋଲକାତା ଅଧିନାୟକ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଥିଲା ଦିଲ୍ଲୀ । ଦଳର ଭଲ ଆରମ୍ଭ କରିଥିଲେ ମଧ୍ୟ ଏହାକୁ ଜାରି ରଖିପାରିନଥିଲା । ଫଳରେ ୧୫ ଓଭର ବେଳକୁ ଦଳର ସ୍କୋର କେବଳ ୯୦ ରନ୍ ଥିବାବେଳେ ଦଳର ୪ ଜଣ ବ୍ୟାଟ୍ସମ୍ୟାନ୍ ପ୍ୟାଭିଲିୟନ ଫେରିସାରିଥିଲେ । ପରେ ମଧ୍ୟ ଦଳର ସ୍କୋର ଅଧିକ ଆଗକୁ ବଢିପାରିନଥିଲା । ତେଣୁ ଦଳ ୨୦ ଓଭରରେ ନିଜ ୫ ବ୍ୟାଟ୍ସମ୍ୟାନଙ୍କୁ ହରାଇ ମାତ୍ର ୧୩୫ ରନ୍ କରିପାରିଥିଲା ।

    ଏହାପରେ କୋଲକାତା କିନ୍ତୁ ବିଜୟର କୌଣସି ସୁଯୋଗ ହାତ ଛଡା କରିନଥିଲା । ଦଳର ଦୁଇ ଯୁବ ଓପନର ଭେଙ୍କଟେଶ ଆୟାର ଓ ଶୁଭମନ ଗିଲ ୯୬ ରନର ଦମଦାର ପାର୍ଟନରସିପ ଗଢିଥିଲେ । ଆଉ ଶେଷ ଆଡକୁ ରାହୁଲ ତ୍ରିପାଠୀ ଓ ଲକି ଫର୍ଗୁସନ ଦଳକୁ ବିଜୟ ଭେଟି ଦେଇଥିଲେ । ଏଥିସହ ଦଳ ଚଳିତ ଆଇପିଏଲର ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ଶୁକ୍ରବାର ଦଳ ଫାଇନାଲରେ ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତ୍ୱାଧୀନ ସିଏସକେକୁ ଭେଟିବ ।

    Maximum 500 characters

    ଖେଳ ଖବର View all

    Find Us on Facebook