Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ପରାଜୟ ସହ ଆଇପିଏଲରୁ ବିଦାୟ ନେଲା ଆରସିବି

    Share on :
    ajab-Image
    Date: Oct 12, 2021    Views: 3107

    ସୁନୀଲ ନାରିନଙ୍କ ଚମତ୍କାର ପ୍ରଦର୍ଶନ ବଳରେ ଏଲିମିନେଟରରେ ବାଜି ମାରିଲା କୋଲକାତା, ପରାଜୟ ସହ ଆଇପିଏଲରୁ ବିଦାୟ ନେଲା ଆରସିବି । ସୋମବାର ଅନୁଷ୍ଠିତ ଏଲିମିନେଟର ମ୍ୟାଚରେ କୋଲକାତା ବେଙ୍ଗାଲୁରୁକୁ ୪ ଓ୍ଵିକେଟ୍‌ରେ  ପରାସ୍ତ କରି ୨ୟ କ୍ୱାଲିଫାୟାରକୁ ଉତ୍ତୀର୍ଣ୍ଣ ହୋଇଛି ।

    ପ୍ରଥମେ ବ୍ୟାଟିଂ କରି ବେଙ୍ଗାଲୁରୁ ୭ ଓ୍ଵିକେଟ୍ ହରାଇ ୧୩୮ ରନ କରିଥିବା ବେଳେ କ୍ୟାପଟେନ କୋହଲି ସର୍ବାଧିକ ୩୯ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏବି ଡିଭିଲିୟର୍ସ ୧୧, ଶାହାବାଜ ଅହମ୍ମଦ ୧୩ , ପାଡିକଲ ୨୧, ମ୍ୟାକ୍ସଓ୍ଵେଲ ୧୫ ରନ ସଂଗ୍ରହ କରିଥିଲେ । ଜବାବରେ ୧୯ ଓଭରରେ ୬ ଓ୍ଵିକେଟ୍ ହରାଇ କୋଲକତା ବିଜୟ ହାସଲ କରିଛି ।

    ତେବେ ଆସନ୍ତାକାଲି ୨ୟ କ୍ୱାଲିଫାୟାରରେ ଦିଲ୍ଲୀ ଏବଂ କୋଲକାତା ମଧ୍ୟରେ ମୁକାବିଲା ହେବାକୁ ଥିବାବେଳେ କିଏ ଫାଇନାଲକୁ ଯାଉଛି ସେ ଉପରେ କ୍ରୀଡା ପ୍ରେମୀଙ୍କ ନଜର ରହିଛି ।

    Maximum 500 characters

    ଖେଳ ଖବର View all

    Find Us on Facebook