Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ: ଆଜି ଦିଲ୍ଲୀ-ଚେନ୍ନାଇ କ୍ବାଲିଫାୟର ଲଢେଇ

    Share on :
    ajab-Image
    Date: Oct 10, 2021    Views: 3863

    ଦୁବାଇ: ଆଇପିଏଲର ୧୪ତମ ସଂସ୍କରଣରେ ଆଜି ପ୍ରଥମ କ୍ବାଲିଫାୟାର ମ୍ୟାଚ । ଧୋନୀଙ୍କ ଚେନ୍ନାଇ ସୁପର କିଙ୍ଗ୍ସ  ଓ ରିଷଭଙ୍କ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଏହି ମ୍ୟାଚ ଖେଳାଯିବ । ଆଜି ସନ୍ଧ୍ୟା ୭ଟା ୩୦ରେ ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯିବ ଏହି ରୋମାଞ୍ଚକର ମ୍ୟାଚ । ପଏଣ୍ଟ ଟେବୁଲର ଶୀର୍ଷରେ ଦିଲ୍ଲୀ ଥିବା ବେଳେ ଦ୍ବିତୀୟରେ ରହିଛି ଚେନ୍ନାଇ । ଆଜିର ମ୍ୟାଚରେ ଯିଏ ବିଜୟୀ ହେବ ସେହି ଦଳ ଫାଇନାଲକୁ ମନୋନିତ ହେବ ।

    ପରାଜିତ ଦଳ ଆସନ୍ତା ୧୩ରେ କ୍ବାଲିଫାୟାର ମ୍ୟାଚ ଖେଳିବ । ତେବେ ଫାଇନାଲ ମ୍ୟାଚରେ ପ୍ରବେଶ କରିବା ପାଇଁ ଆଜି ଉଭୟ ଦଳ ମଧ୍ୟରେ ଜୋରଦାର ଲଢେଇ ହେବ । ବିଜୟୀ ହେବା ଆଶାରଖି ଫିଲ୍ଡକୁ ଓହ୍ଲାଇବେ ଦୁଇ ଟିମ୍ ।ଦିଲ୍ଲୀ ଚଳିତ ଆଇପିଏଲରେ ମୋଟ ୧୪ ମ୍ୟାଚରୁ ୧୦ଟିରେ ବିଜୟ ହାସଲ କରିଛି । ଫଳରେ ୨୦ ପଏଣ୍ଟ ସହ ଲିଗ୍‌ ପର୍ୟ୍ୟାୟରେ ଟେବୁଲ ଟପର୍‌ ରହିଛି । ସେହିପରି ମହେନ୍ଦ୍ର ସିଂହ ଧୋନୀଙ୍କ ନେତୃତାଧିନ ଚେନ୍ନାଇ ସୁପର କିଙ୍ଗ୍ସ ୧୪ ମ୍ୟାଚ୍‌ରୁ ୧୮ ପଏଣ୍ଟ ହାସଲ କରିବାସହ ଲିଗ୍‌ ପର୍ୟ୍ୟାୟରେ ପଏଣ୍ଟ ତାଲିକାର ଦ୍ବିତୀୟ ସ୍ଥାନରେ ରହିଛି । 

    Maximum 500 characters

    ଖେଳ ଖବର View all

    Find Us on Facebook