Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ : ସାମ୍ନାସାମ୍ନି ହେବେ ଆରସିବି ଓ ସନରାଇଜର୍ସ ହାଇଦ୍ରାବାଦ

    Share on :
    ajab-Image
    Date: Oct 6, 2021    Views: 3753

    ଆବୁଧାବି: ବୁଧବାର ଆଇପିଏଲର ୫୨ତମ ଲିଗ ମୁକାବିଲାରେ ସାମ୍ନାସାମ୍ନି ହେବେ ଆରସିବି ଓ ସନରାଇଜର୍ସ ହାଇଦ୍ରାବାଦ । ସନରାଇଜର୍ସ ପାଇଁ ଏହି ମ୍ୟାଚ କିଛି ମାନ୍ୟତା ରଖୁନାହିଁ କାରଣ ପ୍ଲେ ଅଫ ଦୌଡରୁ ବାଦ ପଡି ସାରିଛି ଟିମ । ବାଙ୍ଗାଲୋର ପ୍ଲେ ଅଫରେ ସ୍ଥାନ ପକ୍କା କରିଥିଲେ ହେଁ ଶେଷ ଦୁଇ ମ୍ୟାଚରେ ବିଶାଳ ବିଜୟ ହାସଲ କରି ପଏଣ୍ଟ ଟେବୁଲ ତାଲିକାର ଦ୍ବିତୀୟ ସ୍ଥାନକୁ ଉଠିବା ପାଇଁ ଲକ୍ଷ୍ୟ ରଖିଛି ।

    ଫର୍ମ ଓ ଷ୍ଟାର ଖେଳାଳିଙ୍କୁ ହରାଇଥିବା ସନରାଇଜର୍ସକୁ ହରାଇବାକୁ ଆଜି ସବୁ ଶକ୍ତି ଖଟାଇବ ବାଙ୍ଗାଲୋର । ଆରସିବି ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି । ଗ୍ଲେନ ମ୍ୟାକ୍ସୱେଲ ଫୁଲ ଫର୍ମରେ ରହିଥିବାବେଳେ ଆରିସିବି ବ୍ୟାଟିଂ ସ୍ଥିତି ସୃଦୁଢ ରହିଛି । ବୋଲିଂ ବିଭାଗ ମଧ୍ୟ ସନ୍ତୁଳିତ ରହିଛି । ଅନ୍ୟପଟେ ସନରାଇଜର୍ସ ଦଳ ସବୁ ବିଭାଗରେ ନୈରାଶ୍ୟଜନକ ପ୍ରଦର୍ଶନ କିରିଛି । ଗତ କିଛି ସିଜିନ ହେବ ସନରାଇଜର୍ସ ବିଫଳ ହୋଇଛି । ରାସିଦ ଖାନକୁ ଛାଡିଦେଲେ ଅନ୍ୟ କେହି ବୋଲର ଏ ପର୍ୟ୍ୟନ୍ତ ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରି ନାହାନ୍ତି ।ଆଜି ଆଇପିଏଲ ମ୍ୟାଚରେ ୧୦୦ତମ ବିଜୟ ଲକ୍ଷ୍ୟ ନେଇ ପ୍ରୟାସ କରିବ ଆରସିବି । ୧୪ବର୍ଷ ମଧ୍ୟରେ ସନରାଇଜର୍ସ ୯୯ଟି ମ୍ୟାଚ ଜିତିଛି । ପଏଣ୍ଟ ତାଲିକାରେ ପ୍ରଥମ ଦୁଇଟି ହାସଲ କରୁଥିବା ଦଳ ପାଇଁ ପ୍ଲେ ଅଫରେ ଦ୍ବିତୀୟ ସୁଯୋଗ ମିଳିବ । ପ୍ରଥମ ୨ସ୍ଥାନ ଅଧିକାର କରିଥିବା ଦଳ କ୍ବାଲିଫାୟର ଖେଳିବେ । ଏହି ମ୍ୟାଚରେ ସିଧାସଳଖ ଫାଇନାଲରେ ପ୍ରବେଶ କରିବ । ପରାଜୟ ଦଳ ଦ୍ବିତୀୟ କ୍ବାଲିଫାୟର ଖେଳିବାର ସୁଯୋଗ ପାଇବ ।

    Maximum 500 characters

    ଖେଳ ଖବର View all

    Find Us on Facebook