Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ ମହାସମର, ଆଜି ମୁମ୍ବାଇ ରାଜସ୍ଥାନ ମଧ୍ୟରେ କଡା ଟକ୍କର

    Share on :
    ajab-Image
    Date: Oct 5, 2021    Views: 3933

    ଦୁବାଇ: ଚାଲିଛି ଆଇପିଏଲ ମହାସମର । ଗତକାଲି ଦିଲ୍ଲୀ କ୍ୟାପିଟାଲ୍ସ ଓ ଚେନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ ହୋଇଥିବାବେଳେ ଆଜି ପଡିଆରେ ମୁହାଁମୁହିଁ ହେବେ ରାଜସ୍ଥାନ ଓ ମୁମ୍ବାଇ  । ଏହି ମ୍ୟାଚ ଉଭୟ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ କାରଣ ଉଭୟ ଦଳ ପ୍ଲେ ଅଫରେ ପ୍ରବେଶ କରିବା ପାଇଁ ଆଜି ଜୋରଦାର ଲଢେଇ କରିବେ  । ଆଜିର ମ୍ୟାଚରେ ଯେଉଁ ଦଳ ବାଦ ପଡିବ ସେ ପ୍ଲେ ଅଫ ରେସ ରୁ ବାଦ ପଡିବ  ।  ସୂଚନା ଅନୁସାରେ ଚଳିତ ଆଇପିଏଲରେ ସିଜିନରେ ଉଭୟ ଦଳ  ୧୨ ଲେଖାଏଁ ମ୍ୟାଚ ଖେଳିଛନ୍ତି ୫ଟି ବିଜୟ ଓ ୭ଟି ପରାଜୟ ସହ ୧୦ ପଏଣ୍ଟ ଲେଖାଏଁ ପାଇ ପଏଣ୍ଟ ଟେବୁଲର ଷଷ୍ଠ ଓ ସପ୍ତମ ସ୍ଥାନରେ ରହିଛନ୍ତି । 

    ମୁମ୍ବାଇକୁ ତା ବ୍ୟାଟିଂ ବାହିନୀ ହିଁ ଏଥର ନିରାଶ କରି ଚାଲିଛି  । ସୂର୍ଯ୍ୟକୁମାର ଯାଦବ ନିଜ ପୁରୁଣା ଯାଦୁ ଦେଖାଇ ପାରୁ ନାହାନ୍ତି  । କ୍ୱିଣ୍ଟନ୍ ଡି’କକ୍ ଓ ନିଜେ ରୋହିତ ମଧ୍ୟ ବଡ ପାଳି ଖେଳିପାରୁ ନାହାନ୍ତି  । ସେପଟେ ରାଜସ୍ଥାନ ପାଇଁ ତାର ଅନଭିଜ୍ଞ ବୋଲିଂ ବାହିନୀ ହିଁ ମୁଖ୍ୟ ଚିନ୍ତାର କାରଣ ହୋଇଛି  । ବାଂଲାଦେଶୀ ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନ ହିଁ ଏହି ଦଳର ସବୁଠାରୁ ଅଭିଜ୍ଞ ବୋଲର ଅଟନ୍ତି, ତେବେ ଆଜି ମ୍ୟାଚ ଜିତି କିଏ ଫ୍ଲେ ଅଫରେ ପହଞ୍ଚୁଛି, ତାହା ସମସ୍ତଙ୍କ ମନର ପ୍ରଶ୍ନ । ଏଥିପାଇଁ ପଡିଆରେ ଆଜି ଦମ୍ଦାର ମ୍ୟାଚ ଦେଖିବାକୁ ମିଳିବ ।

    Maximum 500 characters

    ଖେଳ ଖବର View all

    Find Us on Facebook