Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଇପିଏଲ ମହାସମର, ଆଜି ଦିଲ୍ଳୀ ଚେନାଇ ମହାମୁକାବିଲା

    Share on :
    ajab-Image
    Date: Oct 4, 2021    Views: 3362

    ଦୁବାଇ: ଚାଲିଛି ଆଇପିଏଲ ମହାସମର । ଚଳିତବର୍ଷ ଆଇପିଏଲ ସିଜିନରେ ଦିଲ୍ଲୀ-ଚେନ୍ନାଇ ସବୁଠୁ ଶକ୍ତିଶାଳୀ ନଜର ଆସିଛନ୍ତି । ଚେନାଇ ପଏଣ୍ଟ ଟେବୁଲର ଶୀର୍ଷରେ ଥିବାବେଳେ ଦିଲ୍ଲୀ ଦ୍ୱତୀୟ ସ୍ଥାନରେ ରହିଛି ।  ଚେନ୍ନାଇ ୧୨ଟି ମ୍ୟାଚ ଖେଳି ୯ଟି ବିଜୟ ଓ ୩ଟି ପରାଜୟ ସହ ୧୮ ପଏଣ୍ଟରେ ରେ ପ୍ରଥମ ସ୍ଥାନରେ ରହିଛି । ସେହିପରି ଦିଲ୍ଲୀ ୧୨ଟି ମ୍ୟାଚ ଖେଳି ୯ଟି ବିଜୟ ଓ ୩ଟି ପରାଜୟ ସହ ୧୮ ପଏଣ୍ଟରେ ଦ୍ୱିତୀୟ ସ୍ଥାନରେ ରହିଛି ।

    ତେବେ ଆଜି ଆଇପିଏଲ ମ୍ୟାଚରେ ମୁହାଁମୁହିଁ ହେବେ ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟିଲ୍ସ  । ଶୀର୍ଷ ସ୍ଥାନରେ ରହିବା ପାଇଁ ଏହି ମ୍ୟାଚରେ କଡାଟକ୍କର ଦେଖିବାକୁ ମିଳିବ । ଚେନ୍ନାଇ ନିଜ ସ୍ଥାନ ବଜାୟ ରଖିବା ପାଇଁ ଲଢେଇ କରିବାବେଳେ ଦିଲ୍ଲୀ ଚେନ୍ନାଇକୁ ମାତ ଦେଇ ପଏଣ୍ଟ ଟେବୁଲର ଟପ ୧ରେ ରହିବାକୁ ପ୍ରୟାସ କରିବ  ।
    ଦୁଇ ଦଳ ଚଳିତ ଆଇପିଏଲରେ ଦ୍ୱିତୀୟ ଥର ପାଇଁ ମୁହାଁମୁହିଁ ହେବେ  । ପ୍ରଥମ ମ୍ୟାଚରେ ଦିଲ୍ଲୀ ଚେନ୍ନାଇକୁ ହରାଇ ବିଜୟ ହାସଲ କରିଥିଲା । ତେବେ ଆଜିର ମ୍ୟାଚରେ ଚେନ୍ନାଇ ବଦଲା ନେବାକୁ ନିଶ୍ଚନ୍ତ ଚେଷ୍ଠା କରିବ । ତେବେ ପଡିଆରେ ଦମ୍ଦାର ମ୍ୟାଚ ଦେଖିବାକୁ ମିଳିବ ।

    Maximum 500 characters

    ଖେଳ ଖବର View all

    Find Us on Facebook