Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି IPLରେ ଡବଲ୍ ହେଡର୍ ମ୍ୟାଚ୍

    Share on :
    ajab-Image
    Date: Oct 2, 2021    Views: 3859

    ଦୁବାଇ: ଆଜି  IPLରେ ଡବଲ୍ ହେଡର୍ ମ୍ୟାଚ୍ ଦେଖିବାକୁ ମିଳିବ । ଦୁବାଇରେ ଖେଳାଯିବାକୁ ଥିବା ଅପରାହ୍ନ ମ୍ୟାଚରେ ଆଜି ମୁମ୍ବାଇ ଇଣ୍ଡିଆନ୍ସକୁ ଭେଟିବ ଦିଲ୍ଲୀ କ୍ୟାପିଟାଲ । ସେହିପରି ରାତି ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ଭେଟିବ ଚେନ୍ନାଇ ସୁପରକିଙ୍ଗ୍ସ । ଉଭୟ ମ୍ୟାଚ୍ ବେଶ୍ ରୋମାଞ୍ଚକର ଏବଂ ଉତ୍କଣ୍ଠାପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି । ତେବେ ପ୍ରଥମ ଦଳ ଭାବେ ଚେନ୍ନାଇ ସୁପରକିଙ୍ଗ୍ସ ପ୍ଲେ ଅଫକୁ ମନୋନିତ ହୋଇଥିବା ବେଳେ ଦ୍ବିତୀୟ ଦଳ ଭାବେ ଦିଲ୍ଲୀ କ୍ୟାପିଟାଲ ମନୋନିତ ହୋଇଛି ।

    ଅପରାହ୍ନରେ ହେବାକୁଥିବା ମ୍ୟାଚରେ ମୁମ୍ବାଇ ଦିଲ୍ଲୀ ମଧ୍ୟରେ ଲଢେଇ ହେବ । ଦ୍ବିତୀୟ ଦଳ ଭାବେ ଦିଲ୍ଲୀ ପ୍ଲେ-ଅଫରେ ସ୍ଥାନ ପକ୍କା କରିଥିବା ବେଳେ ଆଜିର ମ୍ୟାଚ ମୁ୍ମ୍ବାଇ ପାଇଁ ଗୁରୁତ୍ବପୂର୍ଣ୍ଣ ରହିଛି । ପ୍ଲେ ଅଫରେ ସାମିଲ ହେବା ପାଇଁ ଆଜି ଦିଲ୍ଲୀକୁ ପରାଜିତ କରିବା ଆଶାରେ ଫିଲ୍ଡକୁ ଓହ୍ଲାଇବ ମୁମ୍ବାଇ ଟିମ୍ ।ସେପଟେ ଆଜିର ମ୍ୟାଚ ରାଜସ୍ଥାନ ପାଇଁ ଗୁରୁତ୍ବପୂର୍ଣ୍ଣ ମଧ୍ୟ ରହିଛି । ପ୍ଲେ ଅଫ ଦୌଡରେ ରହିବାକୁ ହେଲେ ଆଜି ଦଳକୁ ବିଜୟୀ ହେବାକୁ ପଡିବ ।ତେବେ ଆଜିର ମ୍ୟାଚ ପରାଜୟ ହେଲେ ପ୍ଲେ ଅଫ ଦୌଡ ବାଦ ପଡିବାର ସମ୍ଭାବନା ରହିଛି । ଆଜି ମ୍ୟାଚରେ ବିଜୟୀ ହେବା ଲକ୍ଷ୍ୟ ରଖି ଫିଲ୍ଡକୁ ଓହ୍ଲାଇବ ରାଜସ୍ଥାନ । ତେବେ ଆଜିର ଏ ଡବଲ୍ ହେଡର୍ ମ୍ୟାଚରେ କାହାର ପଲା ଭାରି ପଡୁଛି ତାହା ଦେଖିବାକୁ ବାକି ରହିଲା ।

    Maximum 500 characters

    ଖେଳ ଖବର View all

    Find Us on Facebook