Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଆଜି ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ସନ୍ ରାଇଜର୍ସ

    Share on :
    ajab-Image
    Date: Sep 30, 2021    Views: 3298

    ଦୁବାଇ: ଚଳିତ IPLର ୪୪ତମ ଲିଗରେ ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ସନ୍ ରାଇଜର୍ସ ହାଇଦ୍ରାବାଦ । ଆଜି ଦୁବାଇର ସାରଜାରେ ଖେଳାଯିବ ଏହି ମ୍ୟାଚ୍ । ମୁମ୍ବାଇ ମ୍ୟାଚ୍ ଜିତି ପ୍ଲେ-ଅଫ୍ ସ୍ଥାନ ପକ୍କା କରିବା ଲକ୍ଷ୍ୟରେ ଥିବାବେଳେ ପ୍ଲେ-ଅଫରୁ ବାଦ୍ ପଡିଥିବା ହାଇଦ୍ରାବାଦ୍ ବିଜୟ ଜାରି ରଖି ପଏଣ୍ଟ ତାଲିକାରେ ଉନ୍ନତି ଆଣିବା ଆଶାରେ ମୈଦାନକୁ ଓହ୍ଲାଇବ ।

    ତେବେ ଚେନ୍ନାଇ କିଙ୍ଗସ୍ ପଏଣ୍ଟ ତାଲିକାର ଶୀର୍ଷରେ ଥିବାବେଳେ ହାଇଦ୍ରାବାଦ ସଭା ଶେଷରେ ରହିଛି । ସୁପର କିଙ୍ଗସ୍ ୧୦ଟି ମ୍ୟାଚରୁ ୮ ବିଜୟ ସହ ମୋଟ ୧୬ ପଏଣ୍ଟ ପାଇ ଶୀର୍ଷରେ ରହିଛି । ପ୍ଲେ ଅଫ୍ ସ୍ଥାନ ପାଇଁ ଦଳକୁ ଆଉ ଗୋଟିଏ ବିଜୟ ଆବଶ୍ୟକ । ସେପଟେ ସନ୍ ରାଇଜର୍ସ ୧୦ଟି ମ୍ୟାଚରୁ ୨ଟି ଜିତି ୪ ପଏଣ୍ଟ ସହ ନିମ୍ନ ସ୍ଥାନରେ ରହିଛି ।ପ୍ରଥମ ଭାଗରେ ଉଭୟ ଦଳ ମଧ୍ୟରେ ଖେଳା ଯାଇଥିବା ମ୍ୟାଚରେ ୭ ୱିକେଟରେ ଜିତିଥିଲା ଚେନ୍ନାଇ । ଦ୍ବିତୀୟ ଭାଗରେ ଚେନ୍ନାଇଠୁ ବିଜୟ ସହ ପଏଣ୍ଟ ହାସଲ ଲକ୍ଷ୍ୟରେ ରହିବ ହାଇଦ୍ରାବାଦ । ତେବେ ଆଜିର ମ୍ୟାଚରେ ଏକ ପ୍ରକାର ସୁପର କିଙ୍ଗସର ବ୍ୟାଟିଂ ଏବଂ ସନ ରାଇଜର୍ସର ବୋଲିଂ ବିଭାଗ ମଧ୍ୟରେ କଡା ଟକ୍କର ହେବ ବୋଲି ଆଶା କରାଯାଉଛି ।

    Maximum 500 characters

    ଖେଳ ଖବର View all

    Find Us on Facebook