Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଅଲ୍ଲୀ ପ୍ରଥମ ଆମେରିକୀୟ ଖେଳିବେ ଆଇପିଏଲ

    Share on :
    ajab-Image
    Date: Sep 13, 2020    Views: 3561

    ଆବୁଧାବି: ଯୁକ୍ତରାଷ୍ଟ୍ର ଆମେରିକାର ଦ୍ରୁତ ବୋଲର ଅଲ୍ଲୀ ଖାନ କୋଲକାତା ନାଇଟ ରାଇଡର୍ସ (କେକେଆର) ପକ୍ଷରୁ ଏଥର ଆଇପିଏଲ ଖେଳିବା ପାଇଁ କ୍ଷେତ୍ର ପ୍ରସ୍ତୁତ ହେଉଛି । ଦୁଇଥର ବିଜେତା କେକେଆର ଏଥର ଇଂଲିସ ଦ୍ରୁତ ବୋଲର ହାରି ଗୁର୍ନିଙ୍କ ବଦଳ ଖେଳାଳି ଭାବେ ୨୯ ବର୍ଷ ବୟସ୍କ ଅଲ୍ଲୀ ଖାନଙ୍କୁ ଦଳରେ ନେବାକୁ ଚାହୁଁଝି । ଏ ନେଇ ଆଇପିଏଲ କର୍ତ୍ତୃପକ୍ଷଙ୍କ ଅନୁମୋଦନ ଅପେକ୍ଷା କରାଯାଇଛି । ଅଲ୍ଲୀ ଯଦି ଏଥରର ଆଇପିଏଲ ଖେଳନ୍ତି ତାହା ହେଲେ ଏ କ୍ଷେତ୍ରରେ ସେ ହେବେ ପ୍ରଥମ ଆମେରିକୀୟ ଖେଳାଳୀ । ଗତ ବର୍ଷ ମଧ୍ୟ ଅଲ୍ଲୀ କେକେଆର ନଜରରେ ରହିଥିଲେ । ହେଲେ ଶେଷ ପର୍ଯ୍ୟନ୍ତ ଚୁକ୍ତି କାର୍ଯ୍ୟକାରି ହୋଇପାରିନଥିଲା । ଅଲ୍ଲୀ ଗୁରୁବାର କାରବିଆନ ପି୍ରମିୟର ଲିଗ (ସିପିଏଲ) ଟ୍ରଫି ଜିତିଥିବା ଡି୍ରନବାଗୋ ନାଇଟ ରାଇଡର୍ସ ଦଳର ସଦସ୍ୟ ଥିଲେ । ଅପରାଜେୟ ଡି୍ରନବାଗୋ ଦଳ ପକ୍ଷରୁ ସେ ୮ଟି ମ୍ୟାଚ ଖେଳି ୭.୪୩ ଇକୋନୋମିରେ ୮ ୱିକେଟ ଅକ୍ତିଆର କରିଥିଲେ  ।

    Maximum 500 characters

    ଖେଳ ଖବର View all

    Find Us on Facebook