Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଯୋଗ କରି ଏମିତି କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

    Share on :
    ajab-Image
    Date: Jun 21, 2022    Views: 4289

    କର୍ଣ୍ଣାଟକ: ଆଜି ଅନ୍ତର୍ଜାତୀୟ ଯୋଗ ଦିବସ  । ଯୋଗ ମୁଦ୍ରାରେ ପୂରା ବିଶ୍ୱ  । ଏ ବର୍ଷର ଥିମ୍ ରହିଛି ‘ଯୋଗ ଫର ହୁ୍ୟମାନିଟି’  । ଅର୍ଥାତ ଜୀବନ ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ  । ଏହି ଯୋଗ ଦିବସ ଅବସରରେ ମହିଶୁର ପ୍ୟାଲେସ୍ରେ ୧୫ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ କରିଛନ୍ତି  । ଏଥିସହିତ ଦେଶର ୭୫ ଐତିହ୍ୟସ୍ଥଳୀରେ ମଧ୍ୟ ଯୋଗଦିବସ ପାଳିତ ହୋଇଛି  । କରୋନା ମହାମରୀ ସମୟରେ ସ୍ୱାସ୍ଥ୍ୟ ରକ୍ଷା ପାଇଁ ଯୋଗ ସହାୟକ ହୋଇଥିଲା  । ୨୦୧୪ ଡିସେମ୍ବରରେ ଯୋଗ ଦିବସ ଘୋଷଣା କରିଥିଲା ଜାତିସଂଘ ଜୁନ୍ ୨୧କୁ ଯୋଗ ଦିବସ ଭାବେ ଘୋଷଣା କରାଯାଇଥିଲା ।

    ଆଜି ଅନ୍ତର୍ଜାତୀୟ ଯୋଗ ଦିବସ  ଅବସରରେ ସମଗ୍ର  ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାର୍ତ୍ତା ଦେଇ କହିଛନ୍ତି ଯେ, ‘ଯୋଗ ଆଜି ବିଶ୍ୱର ସ୍ୱାସ୍ଥ୍ୟକୁ ନୂଆ ବାଟ ଦେଖାଇଛି । ପୂର୍ବରୁ ଯାହା ଘର ଭିତରେ ସୀମିତ ଥିଲା, ଆଜି ତାହା ସାରା ବିଶ୍ୱରେ ପହଂଚିଛି । ଯୋଗ କୌଣସି ବ୍ୟକ୍ତି ପାଇଁ ନୁହେଁ, ସମଗ୍ର ମାନବ ଜାତି ପାଇଁ ଉଦ୍ଧିଷ୍ଟ  । ଯୋଗ ଜୀବନର ଏକ ଅଂଶ ନୁହେଁ, ଏହା ଜୀବନଶୈଳୀ  । ଯୋଗ କୋଟି କୋଟି ଲୋକଙ୍କ ମନରେ ଶାନ୍ତି ଆଣି ଦେଉଛି । ଏହା ଆମ ସମସ୍ତଙ୍କ ଭିତରେ ସଚେତନତା ସୃଷ୍ଟି କରୁଛି । ଯୋଗ ଦ୍ୱାରା ସମସ୍ତଙ୍କୁ ଏକସଙ୍ଗେ ଦେଶ ସହ ଯୋଡ଼ା ଯାଇପାରିବ  । ଯୋଗ ବଳରେ ଆମେ ଆମର ସମସ୍ୟା ଦୂର କରିପାରିବା  ।  ‘ମାନବତା ପାଇଁ ଯୋଗ’ର ବାର୍ତ୍ତାକୁ ଯୋଗ ମାଧ୍ୟମରେ ପ୍ରମାଣ କରିଛି ମାନବ ଜାତି  । ଯୋଗ ହିଁ ଶରୀର, ମନ ଓ ଆତ୍ମା ଶୁଦ୍ଧିକରଣର ଅନନ୍ୟ ମାର୍ଗ  । ଆଜି ଏହା ପ୍ରମାଣିତ ହୋଇଛି  ।’ 

    Maximum 500 characters

    ଦେଶ ବିଦେଶ View all

    Find Us on Facebook