ମୁଖ୍ୟ ଖବର
ଆଜି ହେଉଛି ବିଶ୍ୱ ରେଡ଼ିଓ ଦିବସ । ଆଜିର ଫେସବୁକ, ହ୍ୱାଟସଆପ, ଟେଲିଭିଜନ ଯୁଗରେ ରେଡ଼ିଓ ପଛରେ ପଡ଼ିଯାଇଥିଲେ ମଧ୍ୟ ରେଡ଼ିଓ ଆଜିବି ତାର ଗୁରୁତ୍ୱ ବଜାୟ ରଖିଛି । କାହିଁ କେଉଁ କାଳରୁ ବହୁଜନ ହିତାୟ ବହୁଜନ ସୁଖାୟ ନୀତିରେ ଅନବରତ ଭାବେ ସେବାକରି ଆସିଛି ରେଡ଼ିଓ । ଇଟାଲୀ ରେ ଜନ୍ମଗ୍ରହଣ କରିଥିବା ଗୁଲ୍ୟେଲମୋ ମାର୍କୋନୀ ହେଉଛନ୍ତି ରେଡ଼ିଓର ଜନ୍ମଦାତା । ପିଲାଟି ବେଳୁ ଜଳ ତରଙ୍ଗକୁ ଲକ୍ଷ କରି ସେ ଶବ୍ଦ ତରଙ୍ଗକୁ ଖୋଜି ପାଇଥିଲେ । ସର୍ବପ୍ରଥମେ ୧୯୪୮ ଜାନୁୟାରୀ ୨୮ରେ କଟକର ମଧୁପୁର କୋଠୀରେ ରେଡ଼ିଓ ଷ୍ଟେସନ ଖୋଲାଯାଇଥିଲା ଯେଉଁ ସମୟରେ ମୁଖ୍ୟମନ୍ତ୍ରୀ ଥିଲେ ହରେକୃଷ୍ଣ ମହତାବ । ସେହିଦିନ ପ୍ରଥମ କରି ରେଡ଼ିଓରେ ଓଡ଼ିଆରେ କାର୍ଯ୍ୟକ୍ରମ ପ୍ରସାରଣ କରାଯାଇଥିଲା । ଏହାପରେ ଧିରେ ଧିରେ ଓଡ଼ିଶାର କଳାସଂସ୍କୃତି, ପରମ୍ପରା, ବ୍ୟକ୍ତିତ୍ୱ, ଇତିହାସ ଓ ସମସ୍ୟାକୁ ରେଡ଼ିଓ ମାଧ୍ୟମରେ ରାଜ୍ୟର କୋଣାନୁକୋଣ ରେ ପହଂଚାଇବା ବ୍ୟବସ୍ଥା କରାଯାଇଥିଲା । ଭାରତର ପ୍ରମୁଖ ୧୦୧ ସହରରେ ୩୬୯ ରେଡ଼ିଓ ଷ୍ଟେସନ, ୪୫୦ ଏଫଏମ ରେଡ଼ିଓ ଷ୍ଟେସନ ରହିଛି । ବିଶେଷ କରି ଓଡ଼ିଶାରେ ୨୩ ଉଚ୍ଚ ଓ ମଧ୍ୟମ ଧରଣର ରେଡ଼ିଓ ଷ୍ଟେସନ ଅଛି । ଚଳିତ ବର୍ଷ ଷଷ୍ଠ ବିଶ୍ୱ ରେଡ଼ିଓ ଦିବସ ଭୁବନେଶ୍ୱର ଭଞ୍ଜକଳା ମଣ୍ଡପରେ ୨ ଦିନ ଧରି ଅରମ୍ଭ ହୋଇଯାଇଛି । ଏହି ଅବସରରେ ଓଡ଼ିଶା ସମେତ ଭାରତର ବିଭିନ୍ନ ରାଜ୍ୟ ଓ ବିଦେଶର ରେଡ଼ିଓ ସ୍ଥାନ ପାଇବ ।
ତପନ କୁମାର ସୂତାର
Comments ସମସ୍ତ ମତାମତ