Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆନ୍ତର୍ଜାତିକ ନିଖୋଜ ଶିଶୁ ଦିବସ

    Share on :
    ajab-Image
    Date: May 25, 2023    Views: 2893

    ଆଜି ହେଉଛି ଆନ୍ତର୍ଜାତିକ ନିଖୋଜ ଶିଶୁ ଦିବସ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଲା, ଶିଶୁ ଅପହରଣ ପ୍ରସଙ୍ଗରେ ଆଲୋକପାତ କରିବା, ପିତାମାତା ତଥା ଅଭିଭାବକମାନଙ୍କୁ ସେମାନଙ୍କ ପିଲାମାନଙ୍କର ସୁରକ୍ଷା ବାବଦ ପଦକ୍ଷେପ ଉପରେ ସଚେତନ କରାଇବା, ଯେଉଁମାନେ ନିଖୋଜ ହେବା ପରେ ମିଳିଯାଇଛନ୍ତି ସେମାନଙ୍କ ସହ ଖୁସି ମନାଇବା ଏବଂ ଶିଶୁଙ୍କ ସୁରକ୍ଷା ପାଇଁ ଉତ୍ସର୍ଗୀକୃତ ସେବା ଯୋଗାଉଥିବା ବ୍ୟକ୍ତିବିଶେଷ, ସଂସ୍ଥା ଓ ସଂଗଠନକୁ ସମ୍ମାନ ପ୍ରଦର୍ଶନ କରିବା।

    ୧୯୭୯ ମେ ୨୩ରେ ନ୍ୟୁୟର୍କ ସହରରୁ ନିଖୋଜ ହୋଇଯାଇଥିବା ୬ ବର୍ଷୀୟ ଏଟାନ ପାଜ୍‌ଙ୍କ ସ୍ମୃତି ଉଦ୍ଦେଶ୍ୟରେ ୧୯୮୩ରୁ ଆମେରିକାରେ ନିଖୋଜ ଶିଶୁ ଦିବସ ପାଳନର ପରିକଳ୍ପନା କରାଯାଇଥିଲା। ତେବେ ୨୦୦୧ରୁ ‘ଗ୍ଲୋବାଲ ମିସିଂ ଚିଲ୍‌ଡ୍ରେନସ୍‌ ନେଟ୍‌ଵର୍କ’ ସଂଗଠନର ଉଦ୍ୟମ କ୍ରମେ ସମଗ୍ର ବିଶ୍ବରେ ଏହି ଦିବସ ପାଳିତ ହୋଇ ଆସୁଛି। ଏହା ହେଉଛି ଏକ ବିଶାଳ ବିଶ୍ବବ୍ୟାପୀ ସାମାଜିକ ଗଣମାଧ୍ୟମ ଅଭିଯାନ, ଯେଉଁଠାରେ ସମସ୍ତ ପ୍ରକାର ସାମାଜିକ ଗଣମାଧ୍ୟମରେ ଅଂଶଗ୍ରହଣକାରୀଙ୍କୁ ଅଦ୍ୟାବଧି ନିଖୋଜ ଥିବା ଶିଶୁମାନଙ୍କ ଫଟୋ ପ୍ରସାରଣ କରିବା ସହ ସେମାନଙ୍କ ସମ୍ପର୍କରେ ସୂଚନା ପ୍ରଦାନ କରିବା ପାଇଁ ଉତ୍ସାହିତ କରାଯାଇଥାଏ। ଏଥି ସହିତ ଯେଉଁ ନିଖୋଜ ଶିଶୁମାନେ ପରେ ମିଳିଯାଇଛନ୍ତି ସେମାନଙ୍କ କାହାଣୀ ବ୍ୟାଖା କରିବା ପାଇଁ ଏହା ଏକ ଉତ୍କୃଷ୍ଟ ଅବସର।

    Maximum 500 characters

    ବିଶେଷ View all

    Find Us on Facebook