Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଆନ୍ତର୍ଜାତୀୟ ସାଙ୍କେତିକ ଭାଷା ଦିବସ

    Share on :
    ajab-Image
    Date: Sep 23, 2022    Views: 2481

    ୧୯୫୧ ମସିହା ସେପ୍ଟେମ୍ବର ୨୩ରେ ବିଶ୍ୱ ଶ୍ରବଣବାଧିତ ସଂଘ ସ୍ଥାପିତ ହୋଇଥିବାରୁ ସେହି ଦିନକୁ ମନେରଖିବା ପାଇଁ ‘ଆନ୍ତର୍ଜାତିକ ସାଙ୍କେତିକ ଭାଷା ଦିବସ’ ପାଳନ କରାଯାଉଛି । କଥା କହିପାରୁନଥିବା କିମ୍ବା ଶୁଣିପାରୁନଥିବା ଲୋକେ ସେମାନଙ୍କ ହାତ ବା ଶରୀରର ଅଙ୍ଗଭଙ୍ଗୀ ମାଧ୍ୟମରେ ନିଜ ମନର ଭାବକୁ ପ୍ରକାଶ କରନ୍ତି । ଏହା ସାଙ୍କେତିକ ଭାଷା ଭାବେ ଜଣାଯାଏ । ବିଶ୍ୱରେ ଏବେ ୭୨ ନିୟୁତ କଥା କହିପାରୁନଥିବା, ଶୁଣିପାରୁନଥିବା ଲୋକେ ବାସ କରୁଛନ୍ତି । ଏହି ଲୋକମାନେ ୩୦୦ରୁ ଅଧିକ ସାଙ୍କେତିକ ଭାଷାରେ ପରସ୍ପର ମଧ୍ୟରେ ଭାବର ଆଦାନ ପ୍ରଦାନ କରନ୍ତି । ସାଙ୍କେତିକ ଭାଷାର ଗୁରୁତ୍ୱ ସୃଷ୍ଟି କରିବା ପାଇଁ ଏହି ଦିବସ ପାଳନ ଆରମ୍ଭ ହୋଇଛି । ୨୦୧୭ରେ ଜାତିସଂଘ ସାଧାରଣ ପରିଷଦରେ ସାଙ୍କେତିକ ଦିବସ ପାଳନ ପ୍ରସ୍ତାବ ଗୃହୀତ ହେବା ପରେ ୨୦୧୮ରେ ‘ଆନ୍ତର୍ଜାତୀୟ ସାଙ୍କେତିକ ଦିବସ’ ପାଳନ ଆରମ୍ଭ ହେଲା । 

     

    Maximum 500 characters

    ବିଶେଷ View all

    Find Us on Facebook