Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଦ୍ୱିତୀୟ ସର୍ବାଧିକ ନିଦ୍ରାହୀନତାଙ୍କ ଦେଶ ଭାରତ

    Share on :
    ajab-Image
    Date: Mar 18, 2023    Views: 2737

    ନୂଆଦିଲ୍ଲୀ : ଶରୀର ପାଇଁ ନିଦର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଏହା ଓତଃପ୍ରୋତ ଭାବେ ଜଡ଼ିତ । ବିଶେଷଜ୍ଞମାନେ ଅତିକମ୍ ୭ ଘଂଟା ଶୋଇବାକୁ ପରାମର୍ଶ ଦେଇଥାନ୍ତି । ତାଠାରୁ କମ୍ ଶୋଇଲେ କେବଳ କ୍ଳାନ୍ତି,ମୁଣ୍ଡ ବିନ୍ଧା, ମୁଡ଼ ସ୍ୱିଙ୍ଗ୍.. ନୁହେଁ ,ବିଭିନ୍ନ ବଡ଼ ବଡ଼ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଆମ ଶିଖିବାର ଦକ୍ଷତା, ସ୍ମରଣ ଶକ୍ତି , ଭାବନାତ୍ମକ ସ୍ଥିତି ସବୁକିଛି ନିଦ ଗୁଣବତ୍ତା ଉପରେ ନିର୍ଭର କରେ । ଶୋଇବା ସମୟରେ ଆମ ମସ୍ତିଷ୍କ ତଥ୍ୟ ପ୍ରସ୍ତୁତ କରେ ଏବଂ ଦୀର୍ଘ ଅବଧିର ସ୍ମୃତି ଉପôନ୍ନ କରେ । ତେଣୁ ପଯ୍ୟାପ୍ତ ଶୋଇବା ଦ୍ୱାରା ମସ୍ତିଷ୍କ ନିଜର ଶ୍ରେଷ୍ଠ ଦକ୍ଷତାର ସହ କାମ କରିପାରେ ବୋଲି ଏଲ ଏଚ୍ ହିରାନନ୍ଦାନି ହସ୍ପିଟାଲ ର ମନୋଚିକିତ୍ସକ ଡ଼ା. ହରିଶ୍ ଶେଟ୍ଟୀ କହିଛନ୍ତି ।

    ସବୁଠୁ ବଡ଼ କଥାହେଲା ଜଣେ ନିଦ୍ରାହୀନତାର ଶିକାର ହୁଏ କାହିଁକି ! ଏ ବିଷୟରେ ଜ୍ୟାକଲକ ହସ୍ପିଟାଲ ଓ ରିସର୍ଚ୍ଚ ସେଣ୍ଟର  ନ୍ୟୁରୋଲୋଜିଷ୍ଟ ଡ଼ା. ଜୟ ଦେଶାଇ କହିଛନ୍ତି ,ଆପଣଙ୍କ ନିଦଚକ୍ର ଆପଣଙ୍କ ପ୍ରତିରକ୍ଷା ପ୍ରଣାଳୀ ସହ ଯୋଡ଼ିଡୋଇ ରହିଥାଏ । ଶୋଇବା ସମୟରେ ପ୍ରତିରକ୍ଷା ପ୍ରଣାଳୀ ସାଇଟୋକାଇନ୍ସ ଜାରି କରିଥାଏ । ଯାହା ସଂକ୍ରମଣ ବିରୋଧରେ ଲଢେଇ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ । ନ ଶୋଇଲେ ସଂକ୍ରମଣ ରୋଧି ଆଣ୍ଟିବଡ଼ି କମ ଉପନ୍ନ ହୋଇଥାନ୍ତି । ଫଳରେ ଆପଣ ବାରମ୍ବାର ରୋଗର ଶିକାର ହୋଇଥାନ୍ତି ।

    ସେହିପରି ଛୋଟ ଛୋଟ ବିଷୟକୁ ନେଇ ଉତ୍ତେଜିତ ହେବା, ବାରମ୍ବାର କ୍ଳାନ୍ତ ଅନୁଭବ କରିବା ଏବଂ ଧ୍ୟାନ କେନ୍ଦ୍ରିତ କରିବାରେ ଅସମର୍ଥ ହେବା ନିଦ୍ରାହୀନତାର ଲକ୍ଷଣ ହୋଇଥାଇପାରେ । ଅବଧି , ନିରନ୍ତରତା ଏବଂ ନିଦର ଗଭୀରତା ହେଉଛି ଉତ୍ତମ ଗୁଣବତ୍ତାସମ୍ପନ୍ନ ଦିନରେ ୩ ଟି ମୁଖ୍ୟ ଉପାଦାନ । ଶୋଇବା ପୂର୍ବରୁ ଡ଼ିଜିଟାଲ ଡ଼ିଭାଇସରେ ସମୟ ବିତାଇବା , ଯେକୈାଣସି ସ୍ଥାନ ଓ ସମୟରେ ଶୋଇବା , ଶୋଇବା ଉଠିବାର ଚକ୍ରକୁ ବଜାୟ ନ ରଖିବା ଇତ୍ୟାଦି । ବାରମ୍ବାର ଶୋଇବା ଓ ଛୁଟିଦିନ ମାନଙ୍କରେ ବେଶି ଶୋଇବା ଆମ ନିଦ ଚକ୍ରକୁ ଦୁର୍ବଳ କରିଦେଇଥାଏ । 

    Maximum 500 characters

    ବିଶେଷ View all

    Find Us on Facebook