ମୁଖ୍ୟ ଖବର
ନୂଆଦିଲ୍ଳୀ: ଆଜି ସେନାରେ ସାମିଲ ହେବ ଅତ୍ୟାଧୁନିକ ବୁଡାଜାହାଜ ଆଇଏନଏସ ଭେଲା । ବୃଦ୍ଧି ପାଇବ ଭାରତୀୟ ନୌସେନାର ଶକ୍ତି । କଲବରୀ ଯୁଦ୍ଧ ଜାହାଜର ଚତୁର୍ଥ ସଂସ୍କରଣରେ ନିର୍ମିତ ଆଇଏନଏସ ଭେଲା ମୁମ୍ବାଇ ମଝଗାଓଁ ଡକୟାର୍ଡରେ ନିର୍ମିତ ହୋଇଛି । ଏହା ପୂର୍ବରୁ ଭାରତୀୟ ସେନାରେ ଆଇଏନଏସ କଲବରୀ, ଖଣ୍ଡେରୀ, କରଂଜ ମଧ୍ୟ ସାମିଲ ହୋଇସାରିଛନ୍ତି । ସମସ୍ତ ବୁଡାଜାହଜ ପ୍ରାନସିସ୍ ସ୍କପ୍ରିୟନ ଶ୍ରେଣୀ ସବମେରାଇନ କୌଶଳରେ ନିର୍ମିତ ହୋଇଛିି । ଯାହାକି ଦୁନିଆର ଅନ୍ୟତମ ଉନ୍ନତମାନର ବୁଡାଜାହଜ ମଧ୍ୟରେ ଶ୍ରେଷ୍ଠ ।
ଆଇଏନଏସ ଭେଲାର ଲମ୍ବା୭୫ ମିଟର ରହିଥିବାବେଳେ ଓଜନ ୧୬୧୫ଟନ ରହିଛି । ଏକାସହ ୪୩ଜଣ ନୌସେନା ଅଧିକାରୀ ଓ ଯବାନ ଯାତ୍ରା କରିପାରିବେ । ସମୁଦ୍ର ଭିତରେ ଘଂଟା ପ୍ରତି ୩୭ କିଲୋମିଟର ଯାତ୍ରା କରିପାରିବ ଆଇଏନଏସ ଭେଲା । ଥରକେ ୧୦୨୦ କିଲୋମିଟ ଯାତ୍ରା କରିବା ଏହାର କ୍ଷମତା ରଖିଛି । ଥରେ ଯାତ୍ରା ଆରମ୍ଭ କଲେ ସମୁଦ୍ର ଭିତରେ ୫୦ଦିନ ରହିବା ନେଇ ଏଥିରେ ସମସ୍ତ ପ୍ରକାର ବ୍ୟବସ୍ଥା ଏବଂ ସୁବିଧା ରହିଥିବା ସୂଚନା ମିଳିଛି ।
Comments ସମସ୍ତ ମତାମତ