Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନୌସେନାରେ ସାମିଲ ହେଲା INS ମହେନ୍ଦ୍ରଗିରି

    Share on :
    ajab-Image
    Date: Jul 11, 2026    Views: 2651

    ବିଶାଖାପାଟଣା: ଭାରତୀୟ ନୌସେନାରେ ସାମିଲ ହେଲା 'INS ମହେନ୍ଦ୍ରଗିରି' । ହିନ୍ଦ ମହାସାଗର ଏବଂ ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ବଢୁଥିବା ରଣନୀତିକ ତିକ୍ତତା ଓ ଗ୍ଲୋବାଲ ଚ୍ୟାଲେଞ୍ଜ ମଧ୍ୟରେ ଭାରତୀୟ ନୌସେନାର ଶକ୍ତି ଆହୁରି ବୃଦ୍ଧି ପାଇଛି । ଶନିବାର ବିଶାଖାପାଟଣା ନେଭାଲ ଡକୟାର୍ଡଠାରେ ଆୟୋଜିତ ଏକ ଭବ୍ୟ ସମାରୋହରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଅତ୍ୟାଧୁନିକ ଷ୍ଟିଲ୍‌ଥ ଗାଇଡେଡ୍ ମିସାଇଲ୍ ଫ୍ରିଗେଟ୍ 'INS ମହେନ୍ଦ୍ରଗିରି' (F-38) କୁ ଭାରତୀୟ ନୌସେନାରେ ସାମିଲ କରିଛନ୍ତି । ଏହି ଅବସରରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଡକୟାର୍ଡରେ 'ଗାର୍ଡ ଅଫ୍ ଅନର୍' ପ୍ରଦାନ କରାଯାଇଥିଲା । ଆମେରିକା-ଇରାନ ସଂଘର୍ଷ ଏବଂ ରେଡ୍ ସି’ର ସ୍ଥିତି ଯୋଗୁଁ ସାମୁଦ୍ରିକ ସୁରକ୍ଷାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ଏହି ଯୁଦ୍ଧପୋତର କମିଶନିଂ କରାଯାଇଛି । ବିଗତ ବର୍ଷେ ମଧ୍ୟରେ ଭାରତୀୟ ନୌସେନାରେ ସାମିଲ ହୋଇଥିବା ଯୁଦ୍ଧପୋତ ସଂଖ୍ୟା ୧୮ ଅତିକ୍ରମ କରିଛି ଏବଂ ୨୦୨୬ ଶେଷ ସୁଦ୍ଧା ଆହୁରି ସମାନ ସଂଖ୍ୟକ ଜାହାଜ ସାମିଲ କରିବାକୁ ଲକ୍ଷ୍ୟ ରଖାଯାଇଛି ।
    ଏହି ମହାଶକ୍ତିଶାଳୀ ଫ୍ରିଗେଟ୍‌ର ନାଁ ଓଡ଼ିଶା ଏବଂ ଆନ୍ଧ୍ରପ୍ରଦେଶ ସୀମାରେ ଅବସ୍ଥିତ ପୂର୍ବଘାଟ ପର୍ବତମାଳାର ପ୍ରସିଦ୍ଧ ଶୃଙ୍ଗ 'ମହେନ୍ଦ୍ରଗିରି' ସଦୃଶ ରଖାଯାଇଛି, ଯାହା ଶକ୍ତି, ଅଦମ୍ୟ ସାହସ ଏବଂ ଭାରତୀୟ ଐତିହ୍ୟକୁ ଦର୍ଶାଉଛି । INS ମହେନ୍ଦ୍ରଗିରି ହେଉଛି ଏକ 'ନୀଳଗିରି-କ୍ଲାସ' ଷ୍ଟିଲ୍‌ଥ ଗାଇଡେଡ୍ ମିସାଇଲ୍ ଫ୍ରିଗେଟ୍ । ଏହାକୁ ଇଣ୍ଡିଆନ୍ ନେଭିର 'ୱାରସିପ୍ ଡିଜାଇନ୍ ବ୍ୟୁରୋ' ଡିଜାଇନ୍ କରିଥିବା ବେଳେ ମୁମ୍ବାଇର 'ମାଝାଗାଓଁ ଡକ୍ ସିପ୍ ବିଲ୍ଡର୍ସ ଲିମିଟେଡ୍' ଏହାର ନିର୍ମାଣ କରିଛି । ଏହି ଯୁଦ୍ଧପୋତରେ ୭୫ ପ୍ରତିଶତରୁ ଅଧିକ ସ୍ୱଦେଶୀ ସରଞ୍ଜାମ ଓ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରାଯାଇଛି, ଯାହା ବିଦେଶୀ ପ୍ରତିରକ୍ଷା ଆମଦାନୀ ଉପରେ ଭାରତର ନିର୍ଭରଶୀଳତାକୁ ହ୍ରାସ କରିଛି ।
    ଭବିଷ୍ୟତର ଆଧୁନିକ ନୌସେନା ଯୁଦ୍ଧ ଏବଂ ଦୂରଗାମୀ ମିଶନକୁ ଦୃଷ୍ଟିରେ ରଖି INS ମହେନ୍ଦ୍ରଗିରିକୁ ପ୍ରସ୍ତୁତ କରାଯାଇଛି । ଏହା ଏକାସଙ୍ଗେ ଏକାଧିକ ମୋର୍ଚ୍ଚାରେ ଶତ୍ରୁକୁ ମାତ୍ ଦେବାର କ୍ଷମତା ରଖିଛି । ଏହା ଆଣ୍ଟି-ଏୟାର ଅର୍ଥାତ୍ ଆକାଶମାର୍ଗରୁ ଆକ୍ରମଣ ରୋକିବା, ଆଣ୍ଟି-ସରଫେସ୍ ଅର୍ଥାତ୍ ସମୁଦ୍ର ପୃଷ୍ଠରେ ଆକ୍ରମଣ ଏବଂ ଆଣ୍ଟି-ସବମାରିନ ଅର୍ଥାତ୍ ବୁଡ଼ାଜାହାଜ ବିରୋଧୀ ଅପରେସନକୁ ଅତି ସଠିକତାର ସହ ସଫଳ କରିପାରିବ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook