Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ନୌସେନାରେ ସାମିଲ ହେଲା ଆଇଏନ୍‌ଏସ୍‌ ମାଲଭାନ୍

    Share on :
    ajab-Image
    Date: Jul 23, 2026    Views: 2362

    ବେଙ୍ଗାଲୁରୁ :  ନୌସେନାରେ ସାମିଲ ମାଲଭାନ୍ । ଭାରତୀୟ ନୌସେନାରେ ସାମିଲ ହୋଇଛି ଆଉ ଏକ ସ୍ୱଦେଶୀ ଯୁଦ୍ଧଜାହାଜ । ଦ୍ୱିତୀୟ ସ୍ୱଦେଶୀ ‘ମାହେ’ କ୍ଲାସ୍ ଆଣ୍ଟି-ସବ୍ମେରିନ୍ ୱାରଫେୟାର ଶାଲୋ ୱାଟର କ୍ରାଫ୍ଟ (ଏଏସ୍ଡବ୍ଲ୍ୟୁଏସ୍ଡବ୍ଲ୍ୟୁସି) ଆଇଏନ୍ଏସ୍ ମାଲଭାନକୁ ବୁଧବାର ଔପଚାରିକ ଭାବେ ଭାରତୀୟ ନୌସେନାରେ ସାମିଲ କରାଯାଇଛି । କର୍ଣ୍ଣାଟକର କାରୱାରଠାରେ ଏହାର ଜଳାବତରଣ ହୋଇଛି।
    ଏହି ଜଳାବତରଣ କାର୍ଯ୍ୟକ୍ରମରେ ବାୟୁସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଏ.ପି ସିଂହ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିଲେ । ଏହି ଯୁଦ୍ଧପୋତକୁ ସମ୍ପୂର୍ଣ୍ଣ ଭାବେ ଭାରତରେ ହିଁ ଡିଜାଇନ ଏବଂ ନିର୍ମାଣ କରାଯାଇଛି । କୋଚିନ୍ ଶିପ୍ୟାର୍ଡ ଲିମିଟେଡ୍ ଦ୍ୱାରା ଏହି ଜାହାଜ ନିର୍ମାଣ ହୋଇଛି  । ଆଇଏନ୍ଏସ୍ ମାଲଭାନ୍ ର ଲମ୍ବ ୮୦ ମିଟର ଏବଂ ଏହାର ଓଜନ ୧,୧୦୦ ଟନ୍ ରୁ ଅଧିକ । ଏହା ଉପକୂଳବର୍ତ୍ତୀ ଅଞ୍ଚଳରେ କମ୍ ଗଭୀର ପାଣିରେ ଆଣ୍ଟି ସବ୍ମେରିନ ଅପରେସନ, ସାମୁଦ୍ରିକ ଅପରେସନ ଏବଂ ମାଇନ୍ ଯୁଦ୍ଧ ପରିଚାଳନା ଲାଗି ନିର୍ମାଣ କରାଯାଇଛି । 
    ଏ ନେଇ ବାୟୁସେନା ମୁଖ୍ୟ ଏ.ପି ସିଂହ କହିଛନ୍ତି, ଭବିଷ୍ୟତର କୌଣସି ବି ଯୁଦ୍ଧ କେବଳ ଗୋଟିଏ ସେନା ଦ୍ୱାରା ଲଢ଼ାଯିବ ନାହିଁ । ବାୟୁ, ସ୍ଥଳ ଏବଂ ନୌସେନା ଏକାଠି ଲଢ଼ିଲେ ହିଁ ବିଜୟ ସହଜ ହେବ । ସମ୍ପ୍ରତି ବିଶ୍ୱସ୍ତରୀୟ ଅନିଶ୍ଚିତତା ମଧ୍ୟରେ ଦେଶର ଅର୍ଥନୈତିକ ସଫଳତାର ମୁଳଦୁଆ ହୋଇଥିବା ସାମୁଦ୍ରିକ ବାଣିଜ୍ୟକୁ ବାଧାହୀନ ରଖିବା ପାଇଁ ସାମୁଦ୍ରିକ ଯୋଗାଯୋଗ ମାର୍ଗର ସୁରକ୍ଷା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook