Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଜଣେ ଶିଶୁର ଇଞ୍ଜେକ୍ସନ ଆଉ ଜଣେ ଶିଶୁକୁ ଦିଆଯାଇଥିବା ଅଭିଯୋଗ

    Share on :
    ajab-Image
    Date: Sep 30, 2025    Views: 4707

    ଯାଜପୁର : ଯାଜପୁର ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗରେ ଅଭାବନୀୟ ଘଟଣା । ଜଣେ ଶିଶୁର ଇଞ୍ଜେକ୍ସନ ଆଉ ଜଣେ ଶିଶୁକୁ ଦିଆଯାଇଥିବା ଅଭିଯୋଗ । ପୁଅର କିଛି ହେଲେ ମେଡିକାଲ୍ ଦାୟୀ ରହିବ ବୋଲି କହିଛନ୍ତି ଶିଶୁଟିର ବାପା ।ସୂଚନା ମୁତାବକ, ଦଶରଥପୁର ନୀଳକଣ୍ଠପୁର ଅଞ୍ଚଳର ପରେଶ୍ ମଲ୍ଲିକଙ୍କ ଶିଶୁ ପୁତ୍ରକୁ ଜ୍ୱର ଓ ଥଣ୍ଡା ହୋଇଥିଲା । ଏନେଇ ସେ  ତାଙ୍କ ପୁଅକୁ ଯାଜପୁର ମୁଖ୍ୟ ଚିକିତ୍ସାଳୟ ଶିଶୁ ବିଭାଗକୁ ଆଣିଥିଲେ ।  

    ତାଙ୍କ ପୁତ୍ରଙ୍କ ନିକଟରେ ଆଉ ଜଣେ ଶିଶୁ ନିମୋନିଆରେ ପୀଡ଼ିତ ହୋଇ ଚିକିତ୍ସିତ ହେଉଥିଲେ । ସକାଳୁ ନର୍ସ ତାଙ୍କୁ ଇଞ୍ଜେକ୍ସନ ଦେବା ବେଳେ ଅନ୍ୟ ଜଣକ ଚିଠା ଆଣି ଦେଇଥିଲେ । ଫଳରେ ସେ  ଜଣେ ଶିଶୁର ଇଞ୍ଜେକ୍ସନ ଆଉ ଜଣେ ଶିଶୁକୁ ଦେଇଥିଲେ । ତେବେ ଏହା ଏହା କିପରି ଦେଲେ ବୋଲି ବାପା ଅଭିଯୋଗ ଆଣି  ଡାକ୍ତର ଓ ନର୍ସଙ୍କୁ ପଚାରିବା ବେଳେ ସେମାନେ କିଛି  ନକହି ଔଷଧ ଠିକ୍ ଥିବା କହିଥିଲେ । ପୁଅର କିଛି ହେଲେ ମେଡିକାଲ୍ ଦାୟୀ ରହିବ ବୋଲି ଶିଶୁଟିର ବାପା କହିଥିଲେ । ସେପଟେ ଅତିରିକ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି, ଅଭିଯୋଗ ଆସିଛି । ନାମ ଭୁଲ୍ ହୋଇଛି, ଔଷଧ ଠିକ୍ ଅଛି । ପିଲା ବି ସୁସ୍ଥ ଅଛି ।

    Maximum 500 characters

    ତାଜା ଖବର View all

    Find Us on Facebook