ମୁଖ୍ୟ ଖବର
ଭୁବନେଶ୍ୱର : ଭୁବନେଶ୍ୱର ବରମୁଣ୍ଡାସ୍ଥିତ ବିଜୁ ପଟ୍ଟନାୟକ ଖେଳ ପଡିଆରେ ଆଜି ଶିଳ୍ପ ସମାଗମ ମେଳା ଉଦଘାଟିତ ହୋଇଛି । ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ପକ୍ଷରୁ ଏହି ମେଳା ଆୟୋଜନ କରାଯାଉଛି । ଆଜି ଠାରୁ ଆରମ୍ଭ ହୋଇ ଏହି ମେଳା ଆସନ୍ତା ଜୁଲାଇ ୨ ତାରିଖ ପର୍ୟ୍ୟନ୍ତ ଚାଲିବ । ଭାରତ ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗ ସଚିବ ଅମିତ ଯାଦବ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଉଦଘାଟନୀ କାର୍ୟ୍ୟକ୍ରମରେ ବରିଷ୍ଠ ଅଧିକାରୀ ଏବଂ ମାନ୍ୟଗଣ୍ୟ ଅତିଥିମାନେ ଉପସ୍ଥିତ ଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ତଥା ‘ସବକା ସାଥ, ସବକା ବିକାଶ’ ନୀତି ଦ୍ୱାରା ପରିଚାଳିତ ଏହି ମେଳା ଅନୁସୂଚିତ ଜାତି, ପଛୁଆ ବର୍ଗ, ସଫେଇ ମିତ୍ର ଏବଂ ଡିଏନଟିର କାରିଗରମାନଙ୍କୁ ସଶକ୍ତ କରିବା ପାଇଁ ଏକ ଜାତୀୟ ମଞ୍ଚ ଭାବରେ କାର୍ୟ୍ୟ କରେ । ଏହା ସେମାନଙ୍କୁ ନିଜର ଉତ୍ପାଦ ପ୍ରଦର୍ଶନ ଏବଂ ବିକ୍ରୟ କରିବାର ଏକ ଅନନ୍ୟ ସୁଯୋଗ ପ୍ରଦାନ କରିଥାଏ ଯାହା ଦ୍ୱାରା ଆର୍ଥିକ ଆତ୍ମନିର୍ଭରଶୀଳତାକୁ ପ୍ରୋସ୍ଚାହନ ମିଳିବ । ଚଳିତ ବର୍ଷର ସଂସ୍କରଣରେ ୧୪ଟି ରାଜ୍ୟର ୭୫ରୁ ଅଧିକ କାରିଗର ମେଳାରେ ଅଂଶଗ୍ରହଣ କରିଛନ୍ତି । ସେମାନେ ବିଭିନ୍ନ ପ୍ରକାରର ହସ୍ତଶିଳ୍ପ, ହସ୍ତତନ୍ତ ସାମଗ୍ରୀ ପ୍ରଦର୍ଶନ କରୁଛନ୍ତି । ସିଧାସଳଖ ବଜାର ପ୍ରବେଶକୁ ସୁଗମ କରି କାରିଗରମାନଙ୍କୁ ସମର୍ଥନ କରିବା ପାଇଁ ମନ୍ତ୍ରଣାଳୟର ନିରନ୍ତର ପ୍ରୟାସର ଏକ ଅଂଶବିଶେଷ ଭାବେ ଏହି ମେଳା ଆୟୋଜନ କରାଯାଉଛି ।
ମେଳାର ଏକ ପ୍ରମୁଖ ବିଶେଷତ୍ୱ ହେଉଛି ‘ତୁଲିପ’ (ପାରମ୍ପରିକ କାରିଗର ଉତ୍ଥାନ ଜୀବିକା କାର୍ୟ୍ୟକ୍ରମ) ବ୍ରାଣ୍ଡର ପ୍ରଚାରପ୍ରସାର । କେନ୍ଦ୍ର ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ବୀରେନ୍ଦ୍ର କୁମାର ୫ ନଭେମ୍ବର ୨୦୨୪ରେ ନୂଆଦିଲ୍ଲୀର ଦିଲ୍ଲୀ ହାଟଠାରେ ଆୟୋଜିତ ଶିଳ୍ପ ସମାଗମ ମେଳାରେ ଏହାକୁ ଶୁଭାରମ୍ଭ କରିଥିଲେ । ‘ତୁଲିପ’ ଏପରି ଏକ ପ୍ରୟାସ ଯାହାର ଲକ୍ଷ୍ୟ ହେଉଛି ଜାତୀୟ ଏବଂ ଅନ୍ତର୍ଜାତୀୟ ସ୍ତରରେ ବଜାର ସୁବିଧା ଯୋଗାଇ ଦେଇ ପାରମ୍ପରିକ କାରିଗରମାନଙ୍କୁ ସଶକ୍ତ କରିବା । ଏହି କାର୍ୟ୍ୟକ୍ରମ କାରିଗରଙ୍କ ଦ୍ୱାରା ନିର୍ମିତ ଉତ୍ପାଦ ଗୁଡ଼ିକର ପ୍ରୋସ୍ଚାହନ ଏବଂ ସେମାନଙ୍କ ଜୀବିକାକୁ ସମର୍ଥନ କରି ଦୀର୍ଘସ୍ଥାୟୀ ଆୟ ସୃଷ୍ଟି କରିଥାଏ ।
ବିଭାଗୀୟ ସଚିବ ଅମିତ ଯାଦବ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି, ଶିଳ୍ପ ସମାଗମ ମେଳା କେବଳ ଏକ ବଜାର ନୁହେଁ, ବରଂ ଦକ୍ଷତା, ସଂସ୍କୃତି ଏବଂ ଦୃଢ଼ତାର ଏକ ଉସôବ । ଏଠାରେ ସାରା ଭାରତର ବିଭିନ୍ନ ସ୍ଥାନରୁ ଦେଶୀ ସୁସ୍ୱାଦୁ ଖାଦ୍ୟସାମଗ୍ରୀ ଉପଲବ୍ଧ । ଏହା ପରିଦର୍ଶକମାନଙ୍କ ପାଇଁ ଏକ ସମୃଦ୍ଧ ତଥା ମନୋରଞ୍ଜକ ଅନୁଭୂତି ସୃଷ୍ଟି କରିଛି ।ଉତ୍ପାଦ ପ୍ରୋସ୍ଚାହନ
Comments ସମସ୍ତ ମତାମତ