Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇନ୍ଦୋର ଦେଶର ସବୁଠାରୁ ସଫା ସହର

    Share on :
    ajab-Image
    Date: Jul 17, 2025    Views: 3615

    ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ରାଜଧାନୀ ଇନ୍ଦୋର ପୁଣି ଥରେ ଦେଶର ସବୁଠାରୁ ସଫା ବା ପରିଷ୍କାର ସହରର ମାନ୍ୟତା ପାଇଛି। ଏହାକୁ ମିଶାଇ ଇନ୍ଦୋର କ୍ରମାଗତ ୮ମ ଥର ପାଇଁ କେନ୍ଦ୍ର ସରକାର ବାର୍ଷିକ ସ୍ୱଚ୍ଛ ସର୍ବେକ୍ଷଣ ପୁରସ୍କାର ଜିତି ପାରିଛି। ଇନ୍ଦୋର ପଛକୁ ଗୁଜରାଟର ସୁରଟ ଓ ମହାରାଷ୍ଟ୍ରର ନଭି ମୁମ୍ବାଇ ରହିଛନ୍ତି।

    ସେହିପରି ୩ରୁ ୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ ବର୍ଗରେ ନୋଏଡା ସବୁଠାରୁ ସଫା ସହର ମାନ୍ୟତା ପାଇଛି। ଏହି ତାଲିକାର ଦ୍ୱିତୀୟ ସ୍ଥାନରେ ଚଣ୍ଡିଗଡ଼ ଓ ତୃତୀୟ ସ୍ଥାନରେ ମହୀଶୂର ରହିଛି।ରାଷ୍ଟ୍ରପତି ଦୌପଦୀ ମୁର୍ମୁ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଆୟୋଜିତ ଜାତୀୟ ଉତ୍ସବରେ ୨୦୨୪-୨୫ ସ୍ୱଚ୍ଛ ସର୍ଭେକ୍ଷଣ ସମ୍ମାନ ପ୍ରଦାନ କରିଛନ୍ତି। ଗୃହ ଓ ନଗର ବ୍ୟାପର ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ କାର୍ୟ୍ୟକ୍ରମରେ ସ୍ୱଚ୍ଛ ଭାରତ ମିଶନ-ଅର୍ବାନ ଅଧୀନରେ ନିଜ ସହରକୁ ସଫା ରଖୁଥିବା ସଂସ୍ଥାଗୁଡ଼ିକୁ ସମ୍ମାନୀତ କରାଯାଇଥିଲା।

    ସ୍ୱଚ୍ଛ ସର୍ବେକ୍ଷଣ ହେଉଛି ବିଶ୍ୱର ସବୁଠାରୁ ବଡ଼ ସହର ସଫେଇକରଣ ସର୍ଭେ। ସହରରଗୁଡ଼ିକ ସେମାନଙ୍କ ବର୍ୟ୍ୟବସ୍ତୁ ପରିଚାଳନା, ସାନିଟେସନ ଭିତ୍ତିଭୂମି ଓ ଲୋକଙ୍କ ଭାଗିଦାରୀକୁ କେମିତି କାର୍ୟ୍ୟକାରୀ କରୁଛନ୍ତି, ତା’କୁ ସର୍ଭେ ଦ୍ୱାରା ଆକଳନ କରାଯାଇଥାଏ। ସେହି ଆଧାରରେ ତାଲିକା ପ୍ରସ୍ତୁତ କରି ସମ୍ମାନ ପ୍ରଦାନ କରାଯାଇଥାଏ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook