Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଅତିରିକ୍ତ ସେବା ମୂଲ୍ୟ ବଢ଼ାଇଲା ଇଣ୍ଡିଗୋ

    Share on :
    ajab-Image
    Date: Sep 18, 2026    Views: 2803

    ନୂଆଦିଲ୍ଲୀ: ଦେଶର ପ୍ରମୁଖ ଏୟାରଲାଇନ ଇଣ୍ଡିଗୋ ଅତିରିକ୍ତ ସେବା ମୂଲ୍ୟକୁ ମହଙ୍ଗା କରିଦେଇଛି। ଅତିରିକ୍ତ ବ୍ୟାଗ, ଶିଶୁଙ୍କ ଯାତ୍ରା, ଏକାକୀ ଯାତ୍ରା କରୁଥିବା ଶିଶୁ, ଅଗ୍ରାଧିକାର ଭିତ୍ତିରେ ଚେକ୍-ଇନ୍ ସୁବିଧାଗୁଡ଼ିକର ଶୁଳ୍କ ବଢ଼ାଇ ଦିଆଯାଇଛି। ଆଗାମୀ ଦିନରେ ଯାତ୍ରା କରିବାକୁ ଯାଉଥିବା ଯାତ୍ରୀଙ୍କୁ ଏହି ମୂଲ୍ୟ ଦେବାକୁ ପଡ଼ିବ। ଅତିରିକ୍ତ ବ୍ୟାଗେଜ ପାଇଁ କେଜି ପିଛା ଅଧିକ ୧୦୦ ଟଙ୍କା, ୩ ଦିନରୁ ୨ ବର୍ଷର ଶିଶୁଙ୍କ ପିଛା ହଜାରେ ଟଙ୍କା, ଏକାକୀ ଯାତ୍ରା କରୁଥିବା ଶିଶୁଙ୍କ ପାଇଁ ୯୯୯ ଟଙ୍କା, ଘରୋଇ ଫାଷ୍ଟ ଫରୱାଡ ସେବା ଲାଗି ଅଧିକ ୧୫୦ ଟଙ୍କା ଦେବାକୁ ପଡ଼ିବ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook